ଭୁବନେଶ୍ୱର, ୧୮/୦୨: ଗୀତା ପଢିବେ ଝାରପଡା ଜେଲ ଅନ୍ତେବାସୀ । ଜେଲ ଡିଜି ମନୋଜ ଛାବ୍ରାଙ୍କ ଅନୁମତି କ୍ରମେ ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଝାରପଡା ଜେଲ ପରିସରରେ ଅନ୍ତେବାସୀଙ୍କୁ ଗୀତା ବହି, ଜପାମାଳି ଓ ଭୋଗ ବାଣ୍ଟିଛନ୍ତି ଇସ୍କନ ମନ୍ଦିରର ସଦସ୍ୟ ।
୨୭ ଜଣ ଭକ୍ତ ବିଭାଗର ଅନୁମତି କ୍ରମେ ଆଜି ସକାଳୁ ପ୍ରାୟ ୨ ଘଣ୍ଟା ଧରି ଜେଲ ଅନ୍ତେବାସୀଙ୍କୁ ପ୍ରଭୁ ଶ୍ରୀକୃଷ୍ଣଙ୍କ ଅମୃତବାଣୀ ଶୁଣାଇଥିଲେ । କାର୍ଯ୍ୟକ୍ରମରେ ଉଭୟ ପୁରୁଷ ଓ ମହିଳା ଅନ୍ତେବାସୀ ସାମିଲ ହୋଇଥିଲେ । ଜେଲ୍ ସୁପରିଟେଣ୍ଡେଣ୍ଟ ସତ୍ୟ ପ୍ରକାଶ ସ୍ୱାଇଁ, ଜେଲର ସନ୍ତୋଷିନୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ତେବାସୀଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ଏଭଳି ପ୍ରୟାସ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଛି ଜେଲ ବିଭାଗ ।