କଟକ,(ନୃସିଂହ ଚରଣ ଦାସ): ସବୁଠି ଶୁଭୁଛି ଓଁ ନମଃ ଶିବାୟ । ଜାଗର ଲାଗି ଉତ୍ସବ ମୁଖର ହୋଈଛି ଶିବାଳୟ । ପୁରୁଷ ମହିଳା ସମସ୍ତେ କରିଛନ୍ତି ମାନସିକ । ଜାଗର ଜାଳି ରାତି ଉକାଗର ରହି ଦେବଦେବ ମହାଦେବଙ୍କର ହୋଇଛନ୍ତି ସରଣାପନ୍ନ । ଏହା ଖାଲି କଟକ ଜିଲ୍ଲାରେ ନୁହେଁ । ପୁରା ରାଜ୍ୟରେ ଏନେଇ ଦେଖାଦେଇଛି ଆଧ୍ୟାତ୍ମିକ ପରିବେଶ । ବିଶେଷ କରି ଉପକୂଳ ଓଡିଶାର କଟକ ଜିଲ୍ଲାରେ ନିଆରା ଭାବେ ପାଳିତ ହେଉଛି ଜାଗର ଯାତ୍ରା । କେଉଁଠି ମେଳା ମହୋତ୍ସବ ତ ଆଉ କୋଉଠି ଅପେରା ପାର୍ଟି ଓ ରାମଦୋଳି । ଯାହାକି ଛୋଟ ପିଲାଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଛି । ସାଲେପୁରର ଗଙ୍ଗେଶ୍ୱର, କାମେଶ୍ୱର, ରାମେଶ୍ୱରଙ୍କ ସମେତ ବିଭିନ୍ନ ଶିବାଳୟରେ ସକାଳୁ ରୀତିନୀତି ଅନୁସାରେ ମହାପ୍ରଭୁଙ୍କର ହୋଇଥିଲା ପୂଜାର୍ଚ୍ଚନା । ରାତିରେ ଦୀପର ଆଲୋକ ମନ୍ଦିର ପରିବେଶକୁ ଆକର୍ଷଣୀୟ କରିଥିଲା । ସେହିପରି ମାହାଙ୍ଗାର ମାଣିକେଶ୍ୱର,ତ୍ରିବେଣୀଶ୍ୱର, କପିଳେଶ୍ୱର, ଗୋକର୍ଣ୍ଣେଶ୍ୱର ଓ ଅନ୍ୟ ଶିବ ମନ୍ଦିରରେ ଆକର୍ଷଣୀୟ ପୂଜାର୍ଚ୍ଚନା ହୋଇଥିଲା । ଅନ୍ୟ ପକ୍ଷରେ ନିଶ୍ଚିତକୋଇଲ ବ୍ଲକର ଶକ୍ତିଶ୍ୱର, ବେଳେଶ୍ୱର ସହ ଅନ୍ୟ ଶିବାଳୟ ମଧ୍ୟ ଉତ୍ସବ ମୁଖର ହୋଇଥିଲା । ଶ୍ରଦ୍ଧାଳୁ ମାନେ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post
Next Post