କାଲିମେଳା, ତା ୧୮/୨: କାଲିମେଳା ବ୍ଲକ ପରିସରରେ ଗୋଷ୍ଠୀ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମାଶଙ୍କର ଦଳାଇ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରୁ ସରପଞ୍ଚ ପୃଥିବୀ ରାଜ ମାଝୀ, ଜିଲ୍ଲା ନିୟୋଜନ ଅଧିକାରୀ ମନଶ୍ରି ସେଠୀ, ଦକ୍ଷତା ବିକାଶର ଏପିଡି ସ୍ବସ୍ତି ରାଉତ, ମହାତ୍ମା ଗାନ୍ଧୀ ଜାତୀୟ ଫିଲସଫିର ସୁଧିର ସାହୁ, ଜେଇଓ ଗୁପ୍ତ ମାଡ଼ି ପ୍ରମୁଖ ଉପସ୍ଥିତ ଥିଲେ । ବିପିଏମ ରତନ ଗୋଲଦାର ପରିଚାଳନା କରିଥିବା ବେଳେ ସ୍ଥାନୀୟ ଶିକ୍ଷାନୁଷ୍ଠାନର ଅନେକ ଛାତ୍ରୀ ଶିବିରରେ ଯୋଗଦାନ କରିଥିଲେ। ଏଠାରେ ବୈଷୟିକ ଶିକ୍ଷା ମାଧ୍ୟମରେ ବାଳିକା ମାନଙ୍କ ଉତ୍ତରୋତ୍ତର ଉନ୍ନତି ପାଇଁ ପ୍ରୟାସ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post