କାଲିମେଳା, ତା ୧୯/୨: ମାଲକାନଗିରି ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗ ୨ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ନିମ୍ନମାନର ପିଚୁ ରାସ୍ତାକୁ ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏମପିଭି-୭୪ ଠାରୁ ଏମଭି-୭୮(ଭାୟା ଏମପିଭି-୬୫) ପର୍ଯ୍ୟନ୍ତ ମୋଟ ୬.୮୦୦ କିମି ଦୈର୍ଘ୍ୟ ରାସ୍ତାର ୬.୪୭୫ କିମି ପିଚୁ ରାସ୍ତା ଓ ୩.୨୫ କିମି କଂକ୍ରିଟ ରାସ୍ତା ନିର୍ମାଣଧିନ ରହିଛି । ତେବେ ରାସ୍ତାରେ କମ୍ ପରମାଣର ପିଚୁ ଢଳେଇ କରାଯାଇଛି । ଯାହା ଫଳରେ ପିଚୁ ବ୍ଲିଡିଙ୍ଗ ହେଉନାହିଁ । ରୋଲିଙ୍ଗ୍ କଲା ପରେ ବି ରାସ୍ତାଟି ହାବୁଢାଖା ବୁଢା ପରିଲକ୍ଷିତ ହେଉଥିବା ବେଳେ ରାସ୍ତାରୁ ଚିପ୍ସ ଖସି ଯାଉଛି । ଏଭଳି ରାସ୍ତାରେ ବର୍ଷା ପାଣି ବାଜିଲେ ରାସ୍ତାଟି ସଂପୂର୍ଣ୍ଣ ନଷ୍ଟ ହେଇଯିବ ବୋଲି ଏମପିଭି-୧୨୯ ଏବଂ ଏମଭି-୭୮ ଗ୍ରାମର ଲୋକେ ନିମ୍ନମାନର ରାସ୍ତା ଉପରେ ରୁଣ୍ଡ ହୋଇ ଅଭିଯୋଗ କରିଛନ୍ତି । ବିଭାଗୀୟ କତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
Sign in
Sign in
Recover your password.
A password will be e-mailed to you.
Next Post