କାଲିମେଳା, ତା ୧୯/୨: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସମ୍ମିଳନୀ କକ୍ଷ ଠାରେ ନେହେରୁ ୟୁଭା କେନ୍ଦ୍ର ମାଲକାନଗିରି ଆନୁକୁଲ୍ୟରେ ଏକ କମ୍ପ୍ୟୁଟର ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। କାଲିମେଳା ଜେ.ଏଫ.ଇଇ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ ମେନେଜିଙ୍ଗ ଡାଇରେକ୍ଟର ଶ୍ରୀ ବିଶ୍ୱଜିତ୍ ସ୍ୱର୍ଣକାରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବି.ପି.ଏମ ଶ୍ରୀ ରତନ ଗୋଲଦାର ଯୋଗଦେଇ ନିଜ ଅଭିଭାଷଣରେ ଏହି କାର୍ଯ୍ୟକ୍ରମ ବିଷୟରେ ସମସ୍ତଙ୍କୁ ଅବଗତ କରେଇଥିଲେ ଏବଂ କମ୍ପ୍ୟୁଟର ଶିକ୍ଷା ବିଷୟରେ ପରାମର୍ଶ ଦେଇଥିଲେ । ସୂଚନା ମୁତାବକ ଏହି କାର୍ଯ୍ୟକ୍ରମ ତା ୩୧/୦୩/୨୩ ପର୍ଯ୍ୟନ୍ତ ସ୍ଥାନୀୟ ଜେ.ଏଫ.ଇଇ କମ୍ପ୍ୟୁଟର ଟ୍ରେନିଂ ସେଣ୍ଟର୍ କାଲିମେଳା ଠାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କାଳିମେଳା ଅଞ୍ଚଳର ବେକାର ଯୁବକ ଯୁବତୀ ଏବଂ ଛାତ୍ର ଛାତ୍ରୀ ମାନେ ବିନା ମୁଲ୍ୟରେ କମ୍ପ୍ୟୁଟର ପ୍ରଶିକ୍ଷଣର ସୁବିଧା ପାଇଁ ପାରିବେ ଏବଂ ପ୍ରଶିକ୍ଷଣ ସରିବା ପରେ କମ୍ପ୍ୟୁଟର ପ୍ରଶିକ୍ଷଣ ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରାଯିବ ବୋଲି ଶ୍ରୀ ବିଶ୍ୱଜିତ୍ ସ୍ୱର୍ଣକାର ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.