ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷ ପ୍ରସଙ୍ଗ: ମାଲକାନଗିରି ମତୁଆ ସଂଘ ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ

କାଲିମେଳା, ତା ୧୯/୨: ୧୫ ଦିନ ତଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ମଞ୍ଚରେ ହରି ଚାନ୍ଦ ଓ ଗୁରୁ ଚାନ୍ଦଙ୍କୁ ନେଇ କଟାକ୍ଷ କରିଥିଲେ । ଯାହାକୁ ନେଇ ଭାରତ ସମେତ ବାହାର ଦେଶରେ ଏହାକୁ ମତୁଆ ସଂପ୍ରଦାୟ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ଏହି କ୍ରମରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ପ୍ରତିବାଦ  କରାଯାଇଛି । ଏ ଅବସରରେ ଆଜି କାଲିମେଳା ଥାନା ଅନ୍ତର୍ଗତ ଏମଭି-୬୬ ଗ୍ରାମ ଠାରେ କେନ୍ଦ୍ରିୟ ହରିଚାନ୍ଦ ସେବା ସଂଘ ପୋଟେରୁ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୫୦୦ରୁ ଉର୍ଦ୍ଧ ମତୁଆ ସଂପ୍ରଦାୟର ଲୋକେ ଏକାଠି ହୋଇଥିଲେ । ବିଶାଳ ସୋଭା ଯାତ୍ରା ସାଙ୍ଗକୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମତୁଆ ସଂପ୍ରଦାୟର ଲୋକେ ହରିଚାନ୍ଦ ଠାକୁର ଓ ଗୁରୁଚାନ୍ଦ ଠାକୁରଙ୍କୁ ପୂର୍ଣ୍ଣବ୍ରହ୍ମ, ପ୍ରାଣକର୍ତ୍ତା, ଭଗବାନ ବୋଲି ମାନୁଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ହରିଚାନ୍ଦଙ୍କୁ ରଘୁ ଚାନ୍ଦ ଏବଂ ଗୁରୁ ଚାନ୍ଦଙ୍କୁ ଗୋରୁ ଚାନ୍ଦ କହି କଟାକ୍ଷ କରିଥିଲେ । ତେଣୁ ମନର ବ୍ୟଥାକୁ ଉଜାଗର କରିବାକୁ ମାଲକାନଗିରି ଜିଲ୍ଲାର କଣୋ ଅନୁକୋଣରୁ ମତୁଆ ଭକ୍ତମାନେ ଏଠାକୁ ଆସି ଏପରି ଅପମାନର ପ୍ରତିବାଦ କରିଥିଲେ । ମମତା ବାନାର୍ଜୀ ନିଜ ଭୂଲ ସ୍ବିକାର ନକରନ୍ତି ତାହେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ କରାଯିବ ବୋଲି ଏଠାରେ ଚେତାବନୀ ଦିଆଯାଇଛି। ପୋଟେରୁ ମତୁଆ ସଂଘ ସଭାପତି ଅଶୋକ କୁମାର ହାଲଦାର ଏବଂ ମତୁଆ ଆଚାର୍ଯ୍ୟ ମୃତ୍ୟୁଞ୍ଜୟ ମଣ୍ଡଳ ସମେତ ଲକ୍ଷ୍ମଣ ଚନ୍ଦ୍ର ଘରାମି, ଦୁଲାଲ ମଣ୍ଡଳ, ପ୍ରଦିପ ବିଶ୍ଵାସ, ହରିଚାନ୍ଦ ସରକାର, ସମିରନ ମଣ୍ଡଳ, ରାଜା ମଣ୍ଡଳ, ରଞ୍ଜନ ମଣ୍ଡଳ ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଏହି ପ୍ରତିବାଦ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବା ଜଣାପଡିଛି ।

Leave A Reply

Your email address will not be published.