ଘର୍ଷାପଲ୍ଲୀ ଶିବ ମନ୍ଦିର ପରିଦର୍ଶନ କରିବା ସହ ମହାଦେବଙ୍କ ଆଶୀର୍ବାଦ ଲାଭ କଲେ ଯୁବ ନେତା

କାଲିମେଳା, ତା ୧୯/୨: ମହା ଶିବରାତ୍ରି ଜାଗର ଅମାବସ୍ୟାରେ ସମସ୍ତ ଶିବ ମନ୍ଦିର ମାନଙ୍କରେ ଏକାଦଶ ରୁଦ୍ରାଭିଶେକ, ମନଛୁଆଁ ସାଜସଜ୍ଜା, ବେଲ ପତ୍ର, କ୍ଷୀର, ମହୁ, ହଳଦୀ ତଥା ଚନ୍ଦନରେ ଲିପ୍ତ ମହାଦେବ ଶିବଙ୍କର ଲିଙ୍ଗ ପୂଜା ଏବଂ “ଓଁ ନମଃ ଶିବାୟ” ଜପର ଲୋମହର୍ଷଣ କାରି ଅପୂର୍ବ ଧ୍ୱନୀରେ ଚତୁର୍ଦିଗ ଉସ୍ବବ ମୁଖର ହୋଇ ଉଠୁଥିବା ବେଳେ ମାନ୍ୟବର ମାଲକାନଗିରି ଜ଼ିଲ୍ଲା ସ୍ୱତନ୍ତ୍ର ଉନୟନ୍ନ ବିକାଶ ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲା ବିଜୁ ଯୁବ ସଭାପତି ଆଡ଼ମା ରାବା ଏବଂ କାଲିମେଳା ବ୍ଲକ ବିଜୁ ଯୁବ ସଭାପତି ମିରିକଙ୍କ ମଣ୍ଡଳ ଏହି ପବିତ୍ର ମହାଶିବ ରାତ୍ର ଓ ଜାଗର ଅବସରରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଲୁଗେଲ ପଞ୍ଚାୟତର ଘର୍ଷାପଲ୍ଲୀ ଗ୍ରାମର ଶିବମନ୍ଦିର ପରିଦର୍ଶନ କରିବା ସହ ମହାଦେବଙ୍କ ଆଶୀର୍ବାଦ ଲାଭ କରିଥିଲେ  I ଏହି ଅବସରରେ ଜିଲ୍ଲା ବିଜୁ ଯୁବ ଉପସଭାପତି ଚିରଞ୍ଜିତ ବାଲା, ଜିଲ୍ଲା ବିଜୁ ଛାତ୍ର ଯୁଗ୍ମ ସମ୍ପାଦକ ରାକେଶ ମଣ୍ଡଳ ଓ ବିଜୁ ଜନତା ଦଳର କର୍ମକର୍ତା ଏବଂ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହି ମହା ଆଡମ୍ବରର ସହ ଏହି ପବିତ୍ର ମହତ୍ସବକୁ ଉପଭୋଗ କରିଥିଲେ।

Leave A Reply

Your email address will not be published.