ସ୍ମୃତିଚାରଣ ସଭାରେ ଶେଷ ସମ୍ମାନ

କଟକ,(ନୃସିଂହ ଚରଣ ଦାସ): ସେକ ମତଲୁବ୍ ଅଲି ସ୍ମୃତି ସଂସଦ ପକ୍ଷରୁ ସମାଜସେବୀ ପ୍ରଭାତ କୁମାର ମହାପାତ୍ରଙ୍କ ଉଦ୍ଧେଶ୍ୟରେ ସ୍ମୃତି ଚାରଣ ସଭା । ସଭାରେ ଆଗାମୀ ଶତାବ୍ଦୀ ପତ୍ରିକା ସମ୍ପାଦକ ସେକ ମଶୁଦ ଅଲି କରିଥିଲେ ଅଧ୍ୟକ୍ଷତା । ମାହାଙ୍ଗା ବ୍ଲକର ଖନ୍ଦୋଳ ଠାରେ ଶନିବାର ଅନୁଷ୍ଠିତ ହୋଇଥିଲା ଏଭଳି କାର୍ଯ୍ୟକ୍ରମ । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ଭାଷା ଉପଦେଷ୍ଟା ମଣ୍ଡଳୀ ଆବାହକ ଡକ୍ଟର ବିଜୟାନନ୍ଦ ସିଂହ ଯୋଗ ଦେଇ ସ୍ବର୍ଗତ ମହାପାତ୍ର ସମ୍ପର୍କରେ ଆଲୋଚନା କରିଥିଲେ । ସ୍ୱର୍ଗତ ମହାପାତ୍ର ପ୍ରାକ୍ତନ ମନ୍ତ୍ରୀ ସେକ ଅଲିଙ୍କ ଜଣେ ଅତ୍ୟନ୍ତ ପ୍ରିୟ ହୋଇ ସମାଜସେବା କାର୍ଯ୍ୟରେ ବ୍ରତି ହୋଇଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ, ଶୁସାହିତ୍ୟିକ ଡକ୍ଟର କାର୍ତ୍ତିକ ଚନ୍ଦ୍ର ବରାଳ, ଡକ୍ଟର ଦେବୀ ପ୍ରସାଦ ଦାସ, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ସଦାନନ୍ଦ ବେହେରା, ଅଧ୍ୟାପକ ଅକ୍ଷୟ କୁମାର ମହାନ୍ତି, ଶିକ୍ଷାବିତ୍ ପ୍ରଫୁଲ୍ଲ ସାହୁ ଓ ସୁରେନ୍ଦ୍ର ଲେଙ୍କା ଯୋଗ ଦେଇଥିଲେ । ସଂସଦର ସମ୍ପାଦକ ଆଇନଜୀବି ଦୀପକ କୁମାର ମହାନ୍ତି ପ୍ରାରମ୍ଭିକ ସୂଚନା ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ ସୁନ୍ଦର ସ୍ୱାଇଁ, ସଂଗ୍ରାମ ସାମଲ, ସୌକତ ଅଲି, ନଳିନୀକାନ୍ତ ନାୟକ, ଗଣେଶ୍ୱର ସ୍ୱାଇଁ, ମନ୍ମଥ ନାଥ ଖଟୁଆ, ସୁରଥ କୁମାର ମହାପାତ୍ର, ଆଜାଦ ସେକ କଳୀମୁଳା, ସେକ କମିରୁଦ୍ଦିନ ଅଲି, ସେକ ଜାହାଙ୍ଗୀର ଖାଁ, ନାରାୟଣ ସାହୁ, ପୂର୍ଣ୍ଣ ଚନ୍ଦ୍ର ସେଠୀ, ପ୍ରତାପ ନାୟକ, ଭାନୁ ଚରଣ ପରିଡା, ଅନିରୁଦ୍ଧ ନାୟକ ଓ ବଳରାମ ସ୍ୱାଇଁ ପ୍ରମୁଖ ଯୋଗଦେଇ ପ୍ରଭାତ କୁମାର ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Leave A Reply

Your email address will not be published.