କଳିଯୁଗରେ ନାମଯଜ୍ଞ ମୁକ୍ତିର ବାଟ

କଟକ,(ନୃସିଂହ ଚରଣ ଦାସ): କଳିଯୁଗରେ କଳି ତିନି ପାଦ ଆଉ ସତ୍ୟ ପାଦେ । ଯାହା ଫଳରେ ଦିନକୁ ଦିନ ଅନୀତି ଅତ୍ୟାଚାର ବଢିଚାଲିଛି । ଏଥିରୁ ମୁକ୍ତି ପାଇବା ଲାଗି ବହୁ ମହାପୁରୁଷମାନେ ନାମଯଜ୍ଞକୁ ଧର୍ମର ବାଟ ବୋଲି କହିଛନ୍ତି । ନିତ୍ୟ ଚୈତନ୍ୟ ରାସ ଓ ରାଧେ ଗୋବିନ୍ଦ ଭଜନ ଜୀବନ ସାର୍ଥକର ପଥ । ଏହି ପରିପ୍ରେକ୍ଷୀରେ ବେଶ କିଛି ବର୍ଷ ଧରି ଏଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଚାଲିଛି ଗାଁରେ । ଯାହାକି ଗାଁର ନାଁକୁ ସାର୍ଥକ କରିଛି । ହଁ ଆଜ୍ଞା ସେମିତିକା ଗାଁ ହେଉଛି କଟକ ଜିଲ୍ଲା ସାଲେପୁର ବ୍ଲକର ଧର୍ମାଗତପୁର । ଗାଁରେ ଭରି ରହିଛି ଏକାଧିକ ଧାର୍ମିକ ଅନୁଷ୍ଠାନ । ଗାଁରେ ବର୍ଷକରେ ଏକାଧିକବାର ଆୟୋଜିତ ହେଉଛି ନାମଯଜ୍ଞ । କିନ୍ତୁ ସେଥିରୁ ମାକାଳୀଙ୍କ ପୀଠରେ ଆୟୋଜିତ ଅଷ୍ଟମ ପ୍ରହର ନାମଯଜ୍ଞର ରହିଛି ସ୍ୱତନ୍ତ୍ରତା । ଗାଁ ଯୁବକ ମାନଙ୍କ ଉଦ୍ୟମରେ ପରିଚାଳିତ ହେଉଛି ଏଭଳି କାର୍ଯ୍ୟକ୍ରମ । ଯାହାକି ଆଗାମୀ ପିଢି ଲାଗି ପ୍ରେରଣାର ଉତ୍ସ ପାଲଟିଛି ।

Leave A Reply

Your email address will not be published.