ମାଲକାନଗିରି ମହାବିଦ୍ୟାଳୟର ୪୨ତମ ବାର୍ଷିକ ଉତ୍ସବ ପାଳିତ

ମାଲକାନଗିରି ମହାବିଦ୍ୟାଳୟର ଭିତ୍ତି ଭୂମିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏକ କୋଟି ଟଙ୍କା ଘୋଷଣା- ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ

ମାଲକାନଗିରି, ୨୨/୦୨/୨୦୨୩: ମାଲକାନଗିରି ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ହୋଇଛି l ଏଠାରେ ସଭାପତିତ୍ବ କରିଥିଲେ ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ,ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝି ମାନ୍ୟବର ସାଂସଦ ନବରଙ୍ଗପୁର, ମୁଖ୍ୟ ବକ୍ତା ଭାବେ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ରାଜ୍ଯ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଦୀପ କୁମାର ମାଝି, ଜିଲ୍ଲା ପରିଷଦ ଅଧକ୍ଷା ସମାରୀ ତାଙ୍ଗୁଲ ଯୋଗ ଦେଇଥିଲେ ,ଏତତ୍ ବ୍ୟତୀତ ପରିଚାଳନା କମିଟି ସଭାପତି ଡଃ. ଉଦୟନାଥ ଖରା, ସମ୍ମାନିତ ଅତିଥି ମନୋଜ କୁମାର ବାରିକ ଅଧ୍ୟକ୍ଷ ମାଲକାନଗିରି ପୌରପାଳିକା, ଉପଦେଷ୍ଠl ଡଃ. ରଞ୍ଜନ କୁମାର ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ l ଏହାପରେ ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଛାତ୍ର ଛାତ୍ରୀ ନିମନ୍ତେ ଉଦ୍ଦବୋଧନ ଦେଇଥିଲେ l ମହାବିଦ୍ୟାଳୟର ଭିତ୍ତି ଭୂମିର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦ୍ଵାରା ଦିଆଯାଇଥିବା ଏକ କୋଟି ଟଙ୍କାର ଅନୁଦାନର ପ୍ରତିଶ୍ରୁତିକୁ ଘୋଷଣା କରିଥିଲେ l ସମ୍ମାନିତ ଅତିଥି ବୃନ୍ଦ ଛାତ୍ର ଛାତ୍ରୀଙ୍କ ବିକାଶ ଓ ଶିକ୍ଷା ପାଇଁ ନିଜର ମତାମତ ପ୍ରକାଶ କରିଥିଲେ l ମାନ୍ୟବର ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ପାଞ୍ଚ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଥିଲେ l ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଡଃ. ଉଦୟନାଥ ଖରା ମହାବିଦ୍ୟାଳୟର ସମ୍ପୂର୍ଣ୍ଣ ବିକାଶରେ ପ୍ରତିଜ୍ଞା ବୋଧ ବୋଲି କହିଥିଲେ l ପତିତ ପାବନ ବୈଦ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଶୈକ୍ଷିକ ବାତାବରଣ ମଧ୍ୟରେ ଲକ୍ଷ୍ୟ ପୂରଣ ନିମନ୍ତେ ଉପଦେଶ ଦେଇଥିଲେ । ମାଲକାନଗିରି ଜିଲ୍ଲାର ପୂର୍ବତନ ବିଧାୟକ ମାନସ ମାଡ଼କାମି ଯୋଗ ଦେଇ ମହାବିଦ୍ୟାଳୟର ସରକାରୀ କରଣ ଦାବିକୁ ଉପସ୍ଥାପନ କରିଥିଲେ l

ମାଲକାନଗିରିର ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝି ଯୋଗ ଦେଇ ଆଧାର ସଂରଚନାର ବିକାଶରେ ମାଲକାନଗିରି କଲେଜ୍କୁ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ସ୍ଥାନୀୟ ସର୍କିଟ ହାଉସରୁ କଲେଜ୍ ପର୍ଯ୍ୟନ୍ତ କୋୟା ନାଚ ସହ ପିଲାମାନେ ମନ୍ତ୍ରୀ ଏବଂ ଅତିଥିଙ୍କୁ ପାଛୋଟି ଆଣିଥିଲେ l ଇତିହାସ ଅଧ୍ୟକ୍ଷ ଡଃ. ଗୋକୁଳାନନ୍ଦ ପାତ୍ର ଉଦ୍ଘୋଷତ ଭାବେ କାର୍ଯ୍ୟରତ ଥିଲେ l ଛାତ୍ର ମାନଙ୍କ ତରଫରୁ ପବନ୍ ସିଂ, ସାନା ସୁଧୀର, ହରି ଇସ୍ ଲାବତ, ସେହିତା ବୈଦ ସହଯୋଗ କରିଥିଲେ ଏବଂ ପୁରସ୍କାର ବିତରଣରେ ସହାୟକ ଭାବେ କାର୍ଯ୍ୟ କରିଥିଲେ l ଅତିଥିଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା l ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

Leave A Reply

Your email address will not be published.