ମାଲକାନାଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ କିଛି ଦୂରରେ ମାଲିକେଶ୍ୱର୍ ପାହାଡ ନିକଟରେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଏକ ମହିଳାର ଶବ ପଡ଼ିରହିଛି । ଯାହାର ମୁହଁ ସମ୍ପୂର୍ଣ ଭାବରେ ପୋଡିଯାଇଛି। ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ସୂଚନା ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଥାଉ କି ପଡିରହିଥିବା ଶବ ଠାରୁ କିଛି ଦୂରରେ ମଲିକେଶ୍ୱର୍ ପାହାଡ଼ରେ ଥିବା ଶିବ ମନ୍ଦିରରେ ଶିବ ରାତ୍ର ପୂଜା ହୋଇଥିଲା । ରାତ୍ରୀରେ ପ୍ରବଳ ଭକ୍ତଙ୍କ ଭିଡ ଜମିଥିଲ। ତାହା ସହ ରାତିରେ ନାଚ ଗୀତର ଆୟୋଜନ ମଧ୍ୟ ହୋଇଥିଲା । ସେହିଦିନ ଠାରୁ ଶବ ପଡ଼ିରହିଛି କି ତା ପରେ ଘଟଣା ଘଟିଛି ପୋଲିସ ତାର ତଦନ୍ତ ଜାରି ରଖିଛି ।
Sign in
Sign in
Recover your password.
A password will be e-mailed to you.