ଚାଷୀ ରାଗିଲେ, କ୍ଷୀର ଢାଳି ପ୍ରତିବାଦ କଲେ

କଟକ,(ନୃସିଂହ ଚରଣ ଦାସ): ଏରକଣା ବଜ଼ାରରେ ଓମଫେଡର ଚାଷୀ ମରଣା ନୀତି ବିରୋଧ, ବହୁ ଚାଷୀ ରାସ୍ତା ଉପରେ କ୍ଷୀର ଢାଳି କଲେ ପ୍ରତିବାଦ। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଏରକଣା ବଜାର ଠାରେ ଗୋଚାଷୀ ମାନେ କ୍ଷୀର ଦାମ କମ ହେବା ସହ ଚୋକଡ଼, ମେଡ଼ିସିନ, ପିଡିଆ ସମେତ ଦରଦାମ ବୃଦ୍ଧି ନେଇ ଗୋଚାଷୀ ହରିବନ୍ଧୁ ରାଉତଙ୍କ ନେତୃତ୍ୱରେ ବିଶ୍ୱନାଥ ପରିଡା, ପୁନ ମଲିକ, ତନ୍ମୟ ଦାଶ, ଅଭିନ ସାମଲ, ବଳରାମ ସାମଲ, ଉଲ୍ଲାସ ଜେନା, ସୋମନାଥ ଜେନା, ଅଶୋକ ରାଉତ, ପରମାନନ୍ଦ ରାଉତ, ଅକ୍ଷୟ ରାଉଳ, ସୁରେନ୍ଦ୍ର ବେହେରା, କାର୍ତିକ ବାରିକଙ୍କ ସମେତ ବହୁ ଚାଷୀ ସରକାରଙ୍କ ମରଣାନୀତି ବିରୋଧରେ ନାରାବାଜି ଦେଇ କ୍ଷୀର ଢାଳି ପ୍ରତିବାଦ କରିଥିଲେ ।

Leave A Reply

Your email address will not be published.