mobile header

ଏଣିକି କେନ୍ଦ୍ରୀୟ ଯୋଜନାର ନାଁ ପରିବର୍ତ୍ତନ କରିବା ହେବନି ସହଜ: ଯୋଜନାର ନାଁ ବଦଳାଇଲେ ବନ୍ଦ ହେବ ପାଣ୍ଠି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ରହିଛି । ଏପରିକି ପ୍ରଧାନମନ୍ତ୍ରୀ ଆବାସ ଘରଗୁଡିକରେ ପିଏମଏୱାଇ ଲୋଗୋ ସହିତ ବିଜୁ ପକ୍କା ଘର ଲୋଗୋ ଲଗାଇବାକୁ ନେଇ ବିଜେଡି ସହ ମୁହାଁମୁହିଁ ହୋଇଛି ରାଜ୍ୟ ବିଜେପି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତିତ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ କରାଇ ନେଉଥିବା ଅଭିଯୋଗ କରିଆସୁଛି ଭାରତୀୟ ଜନତା ପାର୍ଟି । ଏହାକୁ ଚେକ୍ ଦେବାପାଇଁ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର ।

କେନ୍ଦ୍ର ସରକାରଙ୍କ ରାଜ୍ୟକୁ ଧମକ
– ଏଣିକି କେନ୍ଦ୍ର ପ୍ରାୟୋଜିତ ଯୋଜନାର ନାଁ ବଦଳାଇଲେ ବନ୍ଦ ହେବ ପାଣ୍ଠି
– କେନ୍ଦ୍ରୀୟ ଯୋଜନାର ମାର୍ଗଦର୍ଶିକା ପରିବର୍ତ୍ତନ କଲେ କେନ୍ଦ୍ର ଦେବ ନାହିଁ ଭାଗ
– ‘ପ୍ରଧାନମନ୍ତ୍ରୀ ଆବାସ’ ଯୋଜନାରେ ଲଗାଇ ପାରିବେନି ରାଜ୍ୟର ଲୋଗୋ
– ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ର ନାଁ ବଦଳାଇଲେ ବନ୍ଦ ହେବ ଅନୁଦାନ
– ‘ଆୟୁଷ୍ମାନ ଭାରତ ହେଲଥ ଆଣ୍ଡ ୱେଲନେସ ଯୋଜନା’କୁ ନିଜ ନାଁରେ କରାଇ ନେଉଛନ୍ତି ରାଜ୍ୟ

କୁହାଯାଉଛି ଓଡିଶା ଭଳି ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଦିଲ୍ଲୀ, ପଞ୍ଜାବ ଓ ରାଜସ୍ଥାନ ଭଳି ଅଣବିଜେପି ଶାସିତ ରାଜ୍ୟଗୁଡିକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡିକର ମାର୍ଗଦର୍ଶିକା ଉଲ୍ଲଂଘନ କରୁଛନ୍ତି । ପଶ୍ଚିମବଙ୍ଗ ସରକାର ପ୍ରଧାନମନ୍ତ୍ରୀ ଆବାସ ଯେ୍ଧକ୍ସନାର ନାଁକୁ ବଦଳାଇ ବାଂଲା ଆବାସ ଯୋଜନା ଏବଂ ଦିଲ୍ଲୀ, ପଞ୍ଜାବ ଓ ଆନ୍ଧ୍ରପ୍ରଦେଶ ସରକାର ଆୟୁଷମାନ ଭାରତ ଯୋଜନା ହେଲଥ ଆଣ୍ଡ ୱେଲନେସ ସେଂଟରକୁ ମୋହଲ୍ଲା କ୍ଲିନିକରେ ପରିବର୍ତନ କରି ଭୋଟ୍ ବ୍ୟାଙ୍କ ହାତେଇବାକୁ ରଣନୀତି କରୁଛନ୍ତି । ହେଲେ କେନ୍ଦ୍ରୀୟ ଯୋଜନା ଚଳାଇବାକୁ ରାଜ୍ୟଗୁଡିକ ୫୦ ପ୍ରତିଶତରୁ ଅଧିକ ଅର୍ଥ ବ୍ୟୟ କରୁଥିବାରୁ କେନ୍ଦ୍ରର ଏଭଳି ଧମକ ଅଯୌକ୍ତକ ବୋଲି ଅଭିଯୋଗ ହୋଇଛି ।

କେନ୍ଦ୍ର ପ୍ରାୟୋଜିତ ଯୋଜନାରେ କେନ୍ଦ୍ରର ୬୦ ଓ ରାଜ୍ୟଗୁଡିକର ୪୦ ପ୍ରତିଶତ ଅଂଶଧନ ରହୁଛି । ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ମଧ୍ୟ ହେଉଛି । ତେଣୁ ଚୁକ୍ତି ନିୟମ ଖିଲାପ କଲେ କେନ୍ଦ୍ର ପାଣ୍ଠି ସଂପୂର୍ଣ୍ଣ ବନ୍ଦ କରିବାକୁ ଧମକ ଦେବା ପରେ ରାଜ୍ୟଗୁଡିକର ଭାଳେଣି ପଡିଯାଇଛି । ନିଜସ୍ୱ ଖର୍ଚ୍ଚରେ ଏସବୁ ଯୋଜନା ଚାଲୁରଖିବା ସେମାନଙ୍କ ପାଇଁ ଏକପ୍ରକାର ମୁସ୍କିଲ ହୋଇପଡିବ ବୋଲି ଆକଳନ କରାଯାଉଛି ।

Leave A Reply

Your email address will not be published.