କୋଟପାଡ଼: ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର କୋଟପାଡ଼ ବ୍ଲକ ଶାଖା ତରଫରୁ କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିବା ଖବର ମିଳିଛି। ଏଠାରେ ପ୍ରକାଶଯୋଗ୍ୟ ଯେ ତିନି ଦଫା ଦାବି ପୂରଣ ପାଇଁ ମହାସଂଘ ତରଫରୁ ଗତ ନଭେମ୍ବର ମାସ ୨୭ ରୁ ୩୦ ତାରିଖ ଯାଏଁ ଚାରି ଦିନ ଭୂବନେଶ୍ୱରରେ ମହାସଂଘ ତରଫରୁ ଆନ୍ଦୋଳନ କରାଯାଇଥିଲା। ଏହାପରେ ଦାବି ପୂରଣ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ଦାବି ପୂରଣର ପ୍ରତିଶ୍ରୁତି ପରେ ମହାସଂଘ ଆନ୍ଦୋଳନ ସ୍ଥଗିତ କରିଥିବାବେଳେ ବର୍ତ୍ତମାନ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ତରଫରୁ ଟାଳଟୁଳ ନୀତି ଅବଲମ୍ବନ କରାଯାଇ କୈାଣସି ପ୍ରକାର ଦାବି ପୂରଣ କରାଯାଇନଥିବା ସଂଘର କର୍ମକର୍ତ୍ତାମାନେ ଅଭିଯୋଗ କରିଥିଲେ। ରାଜ୍ୟ ସଂଘର ନିର୍ଦ୍ଦେଶକ୍ରମେ ମାନ୍ୟବର ଵିଧାୟିକାଙ୍କୁ ପ୍ରଦତ୍ତ ତିନି ଦଫା ସ୍ମାରକ ପତ୍ରରେ ପ୍ରାଥମିକ ବିଦ୍ୟାଳୟରେ ଠିକା ଉଚ୍ଛେଦ ସହ ଛଅ ବର୍ଷ ଚାକିରିରେ ଗଣନା ସହ ଛଅଟି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ, ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ପୁରୁଣା ପେନସନ ଯୋଜନା ଲାଗୁ କରିବା ଭଳି ତିନି ଦଫା ଦାବି ଅନ୍ତର୍ଭୁକ୍ତ କରାଯାଇଥିବା ଜଣାପଡ଼ିଛି। ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ ବିଧାୟିକା ଶ୍ରୀମତି ଦିଆନ କହିଛନ୍ତି ଯେ ପ୍ରାଥମିକ ଶିକ୍ଷା ଓ ଶିକ୍ଷକ ତଥା ଶିକ୍ଷାୟତନର ନ୍ୟାୟଚିତ ଦାବି ପ୍ରତି ରାଜ୍ୟ ସରକାର ସଚେତନ ଅଛନ୍ତି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦାବି ପ୍ରତି ସହୃଦୟତାର ସହ ବିଚାର ନିମନ୍ତେ ସେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ। ଏହି ସ୍ମାରକ ପତ୍ର ପ୍ରଦାନ ସମୟରେ ଏନପିଏସ ଶିକ୍ଷକ ସଂଘର ସଭାପତି ସନ୍ତୋଷ କୁମାର ଦୁର୍ଵେ, ସଂପାଦକ ସାଗର ଭଟ୍ଟ, କନିଷ୍ଠ ଶିକ୍ଷକ ସଂଘର ସଭାପତି ମାନସ ମଣ୍ଡଳ, ସଂପାଦକ ଟୁନା ବେହେରା, ଜଗବନ୍ଧୁ ଢଳିଆ, ଅନିଲ ପାଢି, ବିଦ୍ୟାସାଗର ମଲ୍ଲିକ, ଇଶ୍ୱର ଭଣ୍ଡାରୀ, ସୁକାନ୍ତ ଭତ୍ରା, ଶତୃଘ୍ନ ପାତ୍ର, ସନ୍ତୋଷ ସ୍ୱାଇଁ, ଟିକେଚାନ୍ଦ ନାୟକ, ମନୋରଞ୍ଜନ ରଣା ପ୍ରମୁଖଙ୍କ ସହ କୋଟପାଡ଼ ବ୍ଲକରେ କାର୍ଯ୍ୟରତ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post