mobile header

ସରକାର ନିର୍ଦ୍ଦାରଣ କଲେ ଏହି ୭୪ଟି ଔଷଧର ଦାମ୍: ରକ୍ତଚାପ, କର୍କଟ ଓ ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ ୭୪ଟି ଔଷଦର ଦାମ ନିର୍ଦ୍ଧାରଣ କରାଯାଇଛି । ସରକାରଙ୍କ ଏଭଳି ପଦକ୍ଷେପ ଫଳରେ ରକ୍ତଚାପ, ମଧୁମେହ ଓ କର୍କଟ ସମେତ ଅନେକ ରୋଗ ପାଇଁ ରୋଗୀ ବ୍ୟବହାର କରୁଥିବା ଔଷଧର ଦାମ କମିଛି । ଔଷଧର ଦାମ ନିର୍ଦ୍ଧାରଣ କରୁଥିବା ସରକାରୀ ନିୟାମକ ଏଜେନ୍ସି ‘ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନିଦ୍ଧାରଣ ପ୍ରାଧିକରଣ’ ତାର ୧୦୯ତମ ବୈଠକରେ ଏଭଳି ନିଷ୍ପତ୍ତି ନେଇଛି । ବିଭାଗ ତରଫରୁ ଫେବୃଆରୀ ୨୧ ତାରିଖରେ ହୋଇଥିବା ବୈଠକ ଆଧାରରେ ଔଷଧ ଦାମ ନିୟନ୍ତ୍ରଣ ଆଦେଶ ୨୦୧୩ କ୍ରମରେ ଔଷଧଗୁଡିକର ଦାମ କମ କରାଯାଇଛି । ବିଭାଗ ତରଫରୁ ଯେଉଁ ସବୁ ଔଷଧର ଦାମ କମ କରାଯାଇଛି ତାହା ମଧ୍ୟରେ ରହିଛି ମଧୁମେହ ଔଷଧ ଡାପାଗ୍ଲିଫଲୋଜିନ ଓ ମେଟାଫର୍ମିନ । ଏହାର ପ୍ରତିଟି ଟ୍ୟାବେଲଟର ଦାମ ୩୩୬ ଟଙ୍କା ଥିବା ବେଳେ ସରକାର ଏହାର ଦାମ ୨୭.୭୫ ଟଙ୍କା ନିର୍ଦ୍ଧାରଣ କରିଛନ୍ତି ।

ସେହିଭଳି ରକ୍ତଚାପ ପାଇଁ ରୋଗୀ ବ୍ୟବହାର କରୁଥିବା ଏଲମିସରର୍ଟନ ଓ ବିସୋପ୍ରୋଲୋଲ ଟ୍ୟାବଲେଟ ବଜାରରେ ୧୪ ଟଙ୍କା କରି ବିକ୍ରି ହେଉଥିବା ବେଳେ ସରକାର ଏବେ ଏହାର ପ୍ରତିଟି ଟ୍ୟାବଲେଟର ଦାମ ୧୦.୯୨ ଟଙ୍କା ନିର୍ଦ୍ଧାରଣ କରିଛନ୍ତି ।

‘ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନିଦ୍ଧାରଣ ପ୍ରାଧିକରଣ’ ଯେଉଁ ୭୪ଟି ଔଷଧର ମୂଲ୍ୟ ନିର୍ଦ୍ଧାରଣ କରିଛି ସେହି ମୂଲ୍ୟ ଠାରୁ ଅଧିକ ମୂଲ୍ୟରେ କୌଣସି ଔଷଧ ନିର୍ମାତା କମ୍ପାନୀ ବଜାରରେ ବିକ୍ରି କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ପ୍ରାଧିକରଣର ଏହି ନିଷ୍ପତ୍ତି ପରେ କର୍କଟ ରୋଗୀଙ୍କ ପାଇଁ ବ୍ୟବହାର ହେଉଥିବା ଏକ ଇଂଜେକସନର ଦାମ ଅଧାରୁ କମ ହୋଇଛି । କର୍କଟ ରୋଗୀଙ୍କୁ ଦିଆଯାଉଥିବା କେମୋଥେରାପି ବେଳେ ବ୍ୟବହାର ହେଉଥିବା ଇଂଜେକସନ ଫିଲଗ୍ରାଷ୍ଟିମ ପୂର୍ବରୁ ବଜାରରେ ୨୮୦୦ଟଙ୍କା ବିକ୍ରି ହେଉଥିବା ବେଳେ ଏବେ ପ୍ରାଧୀକରଣ ଏହାର ଦାମ ୧୦୩୪.୫୧ ଟଙ୍କା ନିର୍ଦ୍ଧାରଣ କରିଛି ।

Leave A Reply

Your email address will not be published.