ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକ୍ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରୁଥିବା ଖଇରପୁଟ ବ୍ଲକ୍ ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ପ୍ରତି ଅସଭ୍ୟ ଭାଷା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବାର ଅଭିଯୋଗ ହୋଇଛି । ବ୍ଲକ୍ କୃଷି ଅଧିକାରୀ ହେମନ୍ତ କୁମାର ପଢ଼ିହରି ବାରମ୍ବାର ଖଇରପୁଟ ଗ୍ରାମ୍ୟ କୃଷି କର୍ମଚାରୀ ମାନଙ୍କୁ ଦୁର୍ବ୍ୟବହାର ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିବାର ଗ୍ରାମ୍ୟ କୃଷି କର୍ମଚାରୀ ମାନେ ଏକ ଅଭିଯୋଗ ପତ୍ର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । କୃଷି ଓ କୃଷକ ସସସ୍ତ୍ରୀ କରଣର ସମସ୍ତ କାର୍ଯ୍ୟ ନିଷ୍ଠା ଓ ଦାୟିତ୍ୱବାନ ଓ ଧାର୍ଯ୍ୟ ସମୟ ମୁତାବକ କାର୍ଯ୍ୟ ସମ୍ପାଦନା କରୁଅଛୁ କିନ୍ତୁ ବ୍ଲକ୍ କୃଷି ଅଧିକାରୀ ବାରମ୍ବାର ଆମ୍ଭ ମାନଙ୍କୁ ଗାଳି ଗୁଲଜ ସହ ଅଯୋଗ୍ୟ କୃଷି କର୍ମଚାରୀ ବୋଲି ଅପମାନିତ କରୁଥିବାର ଖଇରପୁଟ ବ୍ଲକ କୃଷି କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି। ଫଳରେ ମାନସିକ ଭାରସାମ୍ୟ ହରାଇ କାର୍ଯ୍ୟ କରିବା ପାଇଁ ଆଗ୍ରହ ସୃଷ୍ଟି ହେଉନାହିଁ ଏଥି ପାଇଁ ଏହାର ଏକ ତଦନ୍ତ ସହ ଅନ୍ୟ ଏକ ବ୍ଲକକୁ ବଦଳି କରିବା ପାଇଁ ସମସ୍ତ ବ୍ଲକ୍ କୃଷି କର୍ମଚାରୀ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଲିଖିତ ଅଭିଯୋଗ ଦେଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏହା ସହ ଗତ ୩ରୁ ୪ ମାସ ହେଲା ଦରମା ମଧ୍ୟ ମିଳି ନଥିବାର କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି। ଏହାର ଏକ ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଏହାର ଉଗ୍ର ରୂପ ଧାରଣ ହେବ ବୋଲି ବ୍ଲକ୍ ଗ୍ରାମ୍ୟ କୃଷି କର୍ମଚାରୀ ମାନେ ପ୍ରକାଶ କରିଛନ୍ତି।ଏହି ଅବସରରେ ମାଝୀ ଶବର, ଭାସ୍କର ଶବର, ସନ୍ତୋଷ କୁମାର ପାଢ଼ୀ, ଯୁବରାଜ ତୁଳ, ସନ୍ତୋଷ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post