କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଅନ୍ତର୍ଗତ ମାନ୍ୟୁମକୋଣ୍ଡାରେ ଗତ ମଙ୍ଗଳବାର ପାରମ୍ପାରିକ ଗଣପର୍ବ ବଡଯାତ୍ରା ସମ୍ପନ୍ନ ହେଲା ପରେ ଗତକାଲି ବୁଧବାର ତିନି ଠାକୁରଙ୍କ ବିମାନ ନେଇ କାଲିମେଲା ଅଭିମୂଖେ ବାହାରିଥିଲା ଓ ବାଟରେ ଏମ.ଭି.୯୦ ଗାଁ ନିକଟସ୍ଥ ଗୁବଲେର ନଦୀ କୂଳରେ ପୂଜା ହୋଇଥିଲା ତାପରେ ବୁଦୁଗୁଡା ଠାରେ ପହଞ୍ଚି କିଛି ସମୟ ପୂଜା ପାଇଲା ପରେ ସନ୍ଧ୍ୟା ସମୟରେ କାଲିମେଳା ଅଭିମୂଖେ ବାହାରି ରାତିରେ କାଲିମେଳା ଏମ ଆଇ ବଡ ପୋଖରୀ ପରିସରରେ ଥିବା ଠାକୁରଙ୍କ ମଣ୍ଡପରେ ବିଶ୍ରାମ ନେଇଥିଲେ ଓ ଆଜି ସକାଳେ କାଲିମେଳାରେ ପୂଜା ଆରମ୍ବ ହୋଇଛି । ଏ ଅବସରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ବହୁ ଦୂରଦୂରାନ୍ତରୁ ତଥା ପଡୋଶୀ ରାଜ୍ୟ ଆନ୍ଦ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡର ଭକ୍ତଙ୍କ ଭିଡ ଜମିଛି । ଯେହେତୁ ଏହି ବଡଯାତ୍ରା ପ୍ରତି ଦୁଇ ବର୍ଷରେ ଥରେ ହୋଇଥାଏ ଓ ପୂର୍ବରୁ ଲୋକମାଙ୍କର ବିଭିନ୍ନ ମନସ୍କାମନା ପୂର୍ଣ୍ଣ ହେବା ପରେ ଭକ୍ତମାନେ ଆସି ଆଜି ତିନି ଠାକୁରଙ୍କୁ ପ୍ରସାଦ ଚଡେଇଥାନ୍ତି ଯେ ବହୁ କାଳରୁ ଏହି ଠାକୁର ମାନଙ୍କ ଊପରେ ଅଞ୍ଛଳର ଲୋକଙ୍କର ବିଶ୍ବାସ ରହିଛି ଯିଏ ଯାହା ମାନସିକ କରିଥାନ୍ତି ତାହା ପୂର୍ଣ୍ଣ ହୋଇଥାଏ । ଏହି ବିଶ୍ବାସରେ ଏଠାରେ ହଜାର ହଜାର ଭକ୍ତଙ୍କ ଭିଡ ଦେଖୀବାକୁ ମିଳିଛି । ଆଜି କାଲିମେଳାରେ ପୂଜା ସମ୍ପୂର୍ଣ୍ଣ ହେଲା ପରେ ସନ୍ଧ୍ୟା ସାତଟା ସମୟରେ ଠାକୁରଙ୍କ ବିମାନ ନେଇ ପୂଜାରି ମାନେ ଜିଲ୍ଲା ମାଲକାନଗିରି ଅଭିମୂଖେ ବାହାରିବେ ବାଟରେ ରାତ୍ରୀରେ କାଙ୍ଗୁରୁକୋଣ୍ଡା ଗାଁରେ ପୂଜା ହେବ ତାପରେ ପୋଟେରୁ ଗାଁରେ ସିଖପାଲି ଏଭଳି ବାଟ ସାରା ପୂଜା ପାଇ ମାଲକାନଗିରିରେ ପହଞ୍ଚି ସେଠାରେ ତିନି ଦିନ ତଥା ଆସନ୍ତା ସାତ ତାରିଖ ଯାଏଁ ବଡଯାତ୍ରା ପାଳିତ ହେବ । ଏନେଇ କାଲିମେଳା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି । କାଲିମେଳା ବ୍ଳକ ପ୍ରଶାସନ ତରଫରୁ ଭକ୍ତ ମାନଙ୍କ ପାଇ ସମସ୍ତ ବ୍ୟବସ୍ଥା ତଥା ପାଣି, ଦହିପାଣି ଓ ଖାଇବା ପାଇ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ।
Sign in
Sign in
Recover your password.
A password will be e-mailed to you.