ଚିତ୍ରକୋଣ୍ଡା: ଆଦିବାସୀ ଅଧ୍ୟୁଷିତ ଆନ୍ଧ୍ର ଓଡିଶା ସୀମାନ୍ତ ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତଗର୍ତ ସ୍ୱାଭିମାନ ଅଞ୍ଚଳ ରାଲେଗଡ଼ା ଗ୍ରାମ ପଞ୍ଚାୟତକୁ ଚିତ୍ରକୋଣ୍ଡା ବିଡ଼ିଓ ଶ୍ରୀଯୁକ୍ତ ରଘୁନାଥ ମୁଣ୍ଡାରୀ, ଏପିଓ ଶ୍ରୀ ଉଛବ ଗିରି ଓ ରାଲେଗଡ଼ା ସରପଞ୍ଚ କମଳୁ ହନ୍ତାଳ ଆଜି ରାଲେଗଡ଼ା ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବା ପାଇଁ ପରିଦର୍ଶନ କରିଥିଲେ । ରାଲେଗଡ଼ା ଗ୍ରାମ ପଞ୍ଚାୟତ ଏକ ଦୁର୍ଗମ ଜଙ୍ଗଲ, ପାହାଡ, ପର୍ବତ ଏବଂ ଆନ୍ଧ୍ର ପ୍ରଦେଶ ଲାଗିରହିଛି । ଆଜିକୁ ଦେଶ ସ୍ୱାଧୀନ ହୋଇ ୭୫ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ଓଏଏସ ଅଫିସର ବା ଉଚ୍ଚ ପଦାଧିକାରୀ ଏହି ଯାଜପାଲମ, କକୁଳିଗୁଡା ଭଳିଆ ଗାଁକୁ ପାଦ ଦେଇନଥିଲେ । ଆଜି ରାଲେଗଡ଼ା ଗ୍ରାମ ପଞ୍ଚାୟତର ଯାଜପାଲମ, କକୁଳିଗୁଡା ଭଳିଆ ପାହାଡ, ପର୍ବତ ଜଙ୍ଗଲ ଭରପୁର ଥିବା ଗାଁରେ ରାସ୍ତା ପହଞ୍ଚିବା ସହିତ ଜଣେ ଓଏଏସ ପଦାଧିକାରୀ ଏହିକୁ ଯାଇଁ ଲୋକଙ୍କ ଦୁଃଖ ସୁଖ ବୁଝିଥିବାରୁ ଗ୍ରାମବାସୀ, ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବର, ବିଡ଼ିଓ ଓ ଏପିଓଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହା ସହିତ ସାକୁବନ୍ଧ ୫-ଟି ସ୍କୁଲ ବୁଲି ଦେଖିଥିଲେ ଏବଂ ଗ୍ରାମବାସୀଙ୍କୁ ସହଯୋଗ କରିବା ପାଇଁ କହିଥିଲେ । ରାଲେଗଡ଼ା ସରପଞ୍ଚ, ୱାର୍ଡ ମେମ୍ବର, ପଞ୍ଚାୟତବାସୀ ଏହି ପଞ୍ଚାୟତକୁ ବାରମ୍ବାର ପରିଦର୍ଶନ କରିବା ପାଇଁ ଅନୁରୋଧ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post