ମୃତ ପତ୍ନୀଙ୍କୁ ଝୁରି ଝୁରି ବୃଦ୍ଧଙ୍କ ଆତ୍ମହତ୍ୟା

କାଲିମେଳା: ମୋଟୁ ଥାନା ଅନ୍ତର୍ଗତ ଏମ.ପି.ଭି: ୮୩ ଗ୍ରାମର ବିଭୁତି ଚକ୍ରବର୍ତ୍ତୀ (୬୨) ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏନେଇ ମୋଟୁ ଥାନାରେ ଅଭିଯୋଗ ହେଲା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ତେବେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଘଟଣାରୁ ଜଣାପଡିଛି ଯେ ମୃତ ବ୍ୟକ୍ତି ଜଣକ ଗତ ବୁଧବାର ଦିନ ଚିଲିଥିବା ବଡୁଗୁଡା ବଡ଼ଯାତ୍ରା ଦେଖିବାକୁ ଯାଇ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଗୁରୁବାରରେ ତାଙ୍କ ମୃତଦେହ ନିକଟସ୍ଥ ଜଙ୍ଗଲ ମଧ୍ୟରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଗୋଟିଏ ବର୍ଷ ତଳେ ମୃତ ବିଭୁତି ଚକ୍ରବର୍ତ୍ତୀଙ୍କ ପତ୍ନୀ ସାଧନା ଚକ୍ରବର୍ତ୍ତୀ ମୃତ୍ୟୁବରଣ କରିଥିଲେ । ସେଦିନ ଠାରୁ ମୃତ ବିଭୁତି ଜଣକ ପତ୍ନୀଙ୍କୁ ଝୁରି ହେଉଥିଲେ ବୋଲି ତାଙ୍କ ପୁଅ କହିଛନ୍ତି । ତେଣୁ ମୃତ ପତ୍ନୀଙ୍କୁ ଝୁରି ଝୁରି ସହ୍ୟ କରିନପାରି ଶେଷରେ କୈାଣସି ବିଷ ଖାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଶୁକ୍ରବାର ଦିନ ବ୍ୟବଚ୍ଛେଦ କଲାପରେ ମୃତଦେହକୁ ପରିବାର ଲୋକଙ୍କୁ ପୁଲିସ ହସ୍ତାନ୍ତର କରିଛି । ଏହାର ଅଧିକ ତଦନ୍ତ ପାଇଁ ଏଏସଆଇ ପ୍ରଶାନ୍ତ କୁମାର ସେଠୀ ଦାୟିତ୍ୱ ନେଇଥିବା ଜଣାପଡିଛି l

Leave A Reply

Your email address will not be published.