ମାଲକାନଗିରିରେ ବିଜେ ହେଲେ ତିନି ଠାକୁର: ମାଣ୍ଡିଆ ଭଟା ଠାରେ ପୂଜାର୍ଚ୍ଚନା, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ

ମାଲକାନଗିରି ତା. ୦୫.୦୩.୨୦୨୩: ଆଜି ମାଲକାନଗିରି ସଦର ମହକୁମାରେ ବଡଯାତ୍ରା ଆରମ୍ଭ ହୋଇ ଯାଇଛି । ଦୀର୍ଘ ଏକମାସ ଧରି ଏହି ବଡ ଯାତ୍ରା ନିମନ୍ତେ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ଗତ ପେବୃଆରୀ ୪ ତାରିଖ ଦିନ ମାଲକାନଗିରିରୁ ଏକ ପୁଜାରୀ ଦଳ ମାନ୍ୟମକୋଣ୍ଡା ଯାଇ ସେଠାରେ ତିନି ଠାକୁର କାନାମରାଜୁ, ବାଲାରାଜୁ, ପୋତରାଜୁଙ୍କ ପ୍ରତିମୂର୍ତି ପ୍ରତିଷ୍ଠା କରିଥିଲେ । ତେବେ ଗତ ପେବୃଆରୀ ୨୭ ତାରିଖ ଦିନ ଆନ୍ଧ୍ର ସୀମାନ୍ତ ପୋଲେରୁ ଗ୍ରାମରେ ପ୍ରଥମ ଯାତ୍ରା ଆରମ୍ଭ ହୋଇଥିବା ବେଳେ ସେଠାରୁ ତିନିଠାକୁରଙ୍କ ସହ ପୋଲେରୁ ଗ୍ରାମର ମୁତୟାଲାମ୍ମା ମଧ୍ୟ ବିଜେ ହୋଇ ମାନ୍ୟମକୋଣ୍ଡା, କାଲିମେଳାରେ ଯାତ୍ରା ଶେଷ କରି ଗତକାଲି ରାତିରେ ତମସା ଠାରେ ପହଞ୍ଚିଥିଲେ । ତମସାରେ ଯାତ୍ରା ହେବା ପରେ ଆଜି ସକାଳୁ ତିନି ଠାକୁର ଓ ମୁତ୍ୟାଲାମ୍ମା ମାଲକାନଗିରି ସଦର ମହକୁମାରେ ପ୍ରବେଶ କରିଛନ୍ତି । ଏହି ତିନି ଠାକୁର ମାଲକାନଗିରି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖ କନ୍ୟାମାଝୀ ବନ୍ଧ ଠାରେ ବିଜେ ହୋଇଥିବା ବେଳେ ଠାକୁରଙ୍କ ଦର୍ଶନ ନିମନ୍ତେ ପ୍ରବଳ ଜନସମାଗମ ହୋଇଥିବା ଦେଖିବାକୁ ମିଳିଛି । ରବିବାର ଦିନ ମାଣ୍ଡିଆ ଭଟା ଠାରେ ତିନି ଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଉଛି।ଲକ୍ଷାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ସହ ଭକ୍ତଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପାନୀୟ ଜଳ, ଯାନବାହାନ ରଖିବା ଇତ୍ୟାଦି ଭକ୍ତଙ୍କ ପାଇଁ ସୁବିଧା କରାଯାଇଛି । ପ୍ରକାଶ ଥାଉ କି ଗତ ୨୦୨୧ ବଡ ଯାତ୍ରା ସମୟରେ କରୋନା କଟକଣା ଲାଗି ରହିଥିବା ସତ୍ୱେ ପ୍ରବଳ ଜନ ସମାଗମ ହୋଇଥିଲ।। ତେବେ ଚଳିତ ବର୍ଷ ଏହି କଟକଣା ନଥିବାରୁ ଭକ୍ତଙ୍କ ଭିଡ ଆହୁରି ଅଧିକ ଥିବା ଦେଖା ଦେଇଛି । ଚଳିତ ବର୍ଷ ପ୍ରଥମ ଦିନରେ କନ୍ୟାମାଝୀବନ୍ଧ ଠାରେ ପ୍ରାୟ ଲକ୍ଷାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଗତ କାଲିରାତି ଏହି ତିନି ଠାକୁର ଓ ମୁତ୍ୟାଲାମ୍ମା ସହର ପରିକ୍ରମା କରି ଜିଲ୍ଲା ପଶୁ ଚିକିତ୍ସାଳୟ ସମ୍ମୁଖରେ ଥିବା ମାଣ୍ଡିଆଭଟ୍ଟା ଠାରେ ବିରାଜ ହୋଇଛନ୍ତି। ଆଜି ରାତିରେ ମାଣ୍ଡିଆ ଭଟ୍ଟା ଠାରେ ପୂଜା ପ୍ରସାଦ ପାଇଲା ପରେ ପୁନର୍ୱାର ଆଜି ରାତି ସହର ପରିକ୍ରମା କରି ମାଉଲି ମା ମନ୍ଦିର ପ୍ରାଙ୍ଗଣରେ ବିରାଜମାନ ହେବେ ସେଠାରେ ଦୁଇଦିନ ଯାତ୍ରା ପରେ ମଙ୍ଗଳବାର ଦିନ ରାତି ପୁଣିଥରେ ମାନ୍ୟମକୋଣ୍ଡାକୁ ଚାଲି ଯିବାର କାର୍ଯ୍ୟକ୍ରମ ରହିଛିା

Leave A Reply

Your email address will not be published.