ଖୁଣ୍ଟା: ଗାଧୋଇବାକୁ ଯାଉଥିବା କହି ଦୁଇ ଭାଇ ଓ ତାଙ୍କର ଅନ୍ୟ ଜଣେ ସାଙ୍ଗଙ୍କୁ ନେଇ ଘରୁ ବାହିରି ଯାଇଥିଲେ । ମାତ୍ର ଫେରିବା ବାଟରେ ରାସ୍ତା ଦୁର୍ଘଟଣାରେ ଶିକାର ହୋଇ ଆଖି ବୁଜିଲେ ଦୁଇ ଭାଇ । ଏବଂ ଅନ୍ୟ ଜଣେ ଗୁରୁତର ହୋଇପଡ଼ିଥିବା ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗୋପବନ୍ଧୁ ନଗର ବ୍ଳକ ତଥା କୁଶଳଦା ପାଣ୍ଡି ଅଧିନରେ । ଘଟଣାରୁ ପ୍ରକାଶ ଯେ, କୁଶଳଦା ଗ୍ରାମର ଚାଙ୍ଗ ସିଂଙ୍କ ପୁତ୍ର ଶରତ ଚନ୍ଦ୍ର (୨୮) ଓ ସାନ ପୁଅ ରାମଚନ୍ଦ୍ର (୨୭) ଏବଂ ତାଙ୍କର ଅନ୍ୟ ଜଣେ ସାଙ୍ଗ ସେହି ଗ୍ରାମର ଗଗନ ମାରାଣ୍ଡି (୨୬) ଗୁରୁବାର ମଧ୍ୟାହ୍ନ ସମୟରେ ଗାଧୋଇବାକୁ ଯାଉଥିବା କହି ଓଡ଼ି ୧୧ ଏବି- ୨୧୯୮ ନମ୍ବର ବିଶିଷ୍ଟ ବାଇକ ଯୋଗେ ଘରୁ ବାହାରି ଯାଇଥିଲେ । ତେବେ ସେମାନଙ୍କ ଫେରିବା ବିଳମ୍ବ ଦେଖି ପରିବାର ପକ୍ଷରୁ ସେମାନଙ୍କୁ ଫୋନ ମାଧ୍ଯମରେ ଯୋଗାଯୋଗ କରାଯାଇଥିବା ବେଳେ ସେମାନେ ଘରକୁ ଫେରୁଥିବା କହିଥିଲେ । ମାତ୍ର ତାଙ୍କର ଫେରିବା ବିଳମ୍ବ ଦେଖି ପୁନଃଶ୍ଚ ଫୋନ କରାଯାଇଥିବା ବେଳେ ଜନୈକ ପଥଚାରୀ ଉକ୍ତ ଫୋନଟିକୁ ରିସିଭ କରିବା ସହିତ ଦୁର୍ଘଟଣା ସଂମ୍ପର୍କରେ ପରିବାର ଲୋକଙ୍କୁ ସୁଚାଇଥିଲା । ସୁଚନା ପାଇ ପରିବାର ସମେତ କୁଶଳଦା ଫାଣ୍ଡି ଅଧିକାରୀ କୁଶଳଦା-ଜୟପୁର ମୁଖ୍ୟ ରାସ୍ତା ପାଶ୍ୱରେ ଥିବା ପୋଥରୀ ନିକଟରେ ଥିବା ଏକ ବାଉଁଶ ବୁଦା ମଧ୍ୟରୁରୁ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଖୁଣ୍ଟା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଏହି ଦୁର୍ଘଟଣାରେ ବଡ଼ ଭାଇ ଶରତ ଚନ୍ଦ୍ର ଓ ସାନ ଭାଇ ରାମଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ଡ଼ାକ୍ତର ପ୍ରକାଶ କରିଥିଲେ । ଏବଂ ଗଗନଙ୍କ ସ୍ଵାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରୀତ କରାଯାଇଥିବା ଜଣାଯାଇଛି । ଅପରପକ୍ଷେ ଦୁର୍ଘଟଣାଗ୍ରସ୍ତ ବାଇକଟିକୁ ପୋଲିସ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛନ୍ତି । ତେବେ ବାଇକଟି ଦୃତ ଗତିରେ ଥିବା ଏବଂ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ସିମେଣ୍ଟ ପିଲରରେ ଧକ୍କା ହୋଇଥିବା ଯୋଗୁଁ ଏଭଳି ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏଥି ନେଇ ଉଦଳା ଥାନାରେ କେସ ନମ୍ବର ୬୫/ ୨୩ରେ ଏକ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି ।
Sign in
Sign in
Recover your password.
A password will be e-mailed to you.