ସ୍ଵତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ପରିଷଦର ନୂତନ ସଦସ୍ୟ ସଦସ୍ୟାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି

ମାଲକାନଗିରି, ୦୯/୦୩: ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନରେ ଆଜି ସ୍ଵତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ପରିଷଦର ନୂତନ ସଦସ୍ୟ ସଦସ୍ୟାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧକ୍ଷ୍ୟା ସାମାରି ତାଙ୍ଗୁଲ, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଆଡମା ରାବା, ଉପାଧକ୍ଷା ରଇଲା ନାୟକ, ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝି, ଆଦିବାସୀ ମହାସଂଘର ସଭାପତି ଘନଶ୍ୟାମ ମାଡକାମୀ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଉନ୍ନୟନ ପରିଷଦ ପାଇଁ ଚୟନ ହୋଇଥିବା ନୂତନ ସଦସ୍ୟ ଓ ସଦସ୍ୟାଙ୍କ ସହ ଜିଲ୍ଲାର ୧୩ ଗୋଟି ଜାତି ଜନଜାତିର ପ୍ରମୁଖ ନେତୃମଣ୍ଡଳୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ତେବେ ଜିଲ୍ଲାରେ ଆଦିବାସୀଙ୍କ ବିକାଶ ପାଇଁ ଏହି ପରିଷଦ କାର୍ଯ୍ୟ କରିଆସୁଛି । ରାଜ୍ୟ ସରକାର ଓଡିଶାରେ ଆଦିବାସୀଙ୍କ ବିକାଶ ପାଇଁ ଏହି ପରିଷଦ ଗଠନ କରିଥିବା ବେଳେ ବିପୁଳ ସଂଖ୍ୟକ ବ୍ୟୟ ଅଟକଳ ମଞ୍ଜୁର କରିଛନ୍ତି । ଆଦିବାସୀଙ୍କ ବିକାଶ ସହ ସେମାନଙ୍କ ଶିକ୍ଷା, କଳା ସଂସ୍କୃତିର ବିକାଶ, ମୌଳିକ ସମସ୍ଯା ଗୁଡିକର ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ଏହି ପରିଷଦ ଗଠନ କରାଯାଇଥିବା ଉପସ୍ଥିତ ଅତିଥି ମାନେ ପ୍ରକାଶ କରିଥିଲେ । ତେବେ ଏହି ଅବସରରେ ଜିଲ୍ଲା ଉନ୍ନୟନ ପରିଷଦର ସମସ୍ତ ନୂତନ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ କାର୍ଯ୍ୟ ଓ ଦାୟିତ୍ୱକୁ ସେମାନେ କିପରି ସୂଚାରୁ ରୂପେ କରିବେ ସେନେଇ ସେମାନଙ୍କୁ ଉପଦେଶ ଦିଆଯାଇଥିଲା ।

Leave A Reply

Your email address will not be published.