କାଲିମେଳା ପୋଲିସ ତରଫରୁ ଆମ ପୋଲିସ ସମିତି

କାଲିମେଳା: ମାଲାକାନଗିରି ଜିଲ୍ଲା କାଲିମେଳା ଥାନା ପକ୍ଷରୁ ଆମ ପୋଲିସ ସମିତି ଜରିଆରେ ଅପରାଧ ମୁକ୍ତ ଅଞ୍ଚଳ ପାଇଁ ଆମ ପୋଲିସ କାର୍ଯ୍ୟକ୍ରମ ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକଙ୍କ ଅଧ୍ୟକ୍ଷତାରେ ଏମ.ଭି.୯୦ ଗ୍ରାମ ହରି ମନ୍ଦିର ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ସହ ପରସ୍ପର ନିକଟତର ହୋଇ ସମସ୍ତ କାର୍ଯ୍ୟ କରିବା ଏବଂ ଜନସାଧାରଣଙ୍କ ମନରେ ପୋଲିସ ପ୍ରତି ଥିବା ବିଭିନ୍ନ ଭୟ ଭ୍ରାନ୍ତିକୁ ଦୂର କରିବା, ଆଜିର ସମାଜରେ ସାଇବର ଠକେଇଙ୍କ ଆଦୃଭାବ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ତେଣୁ ଅଜଣା ଫୋନ କଲ କିମ୍ବା ଏସଏମଏସ ଠାରୁ ଦୁରରେ ରହିବା, ଅଞ୍ଚଳରେ ବାଲ୍ଯ ବିବାହ ରୋକିବା ଏଥିପ୍ରତି ବିଶେଷ କରି ଝିଅର ବାପା ମା ଅଧିକ ସଚେତନ ହେବା, ସ୍ଵାମୀ ସ୍ତ୍ରୀ ଝଗଡ଼ା ଏବଂ ଅପରାଧ ସମ୍ପର୍କରେ ବିଶେଷ ଭାବରେ ଆଲୋଚନା ହୋଇଥିଲା l ଆଜିର ଦିନରେ ଘରୋଇ ହିଂସା ଠାରୁ ଆରମ୍ଭ କରି ଆତ୍ମହତ୍ୟା ଭଳି ଏକ ଜଘନ୍ୟ ଘଟଣା ବୃଦ୍ଧି ପାଉଛି ତେଣୁ ପୁଅ ଝିଅଙ୍କ ପ୍ରତି ସେମାନଙ୍କ ଅଭିଭାବକ ମାନେ ଅଧିକରୁ ଅଧିକ ସଚେତନତା ହେବା ସହ ସେମାନଙ୍କ ପିଲା ମାନେ ଯେପରି କୁସଙ୍ଗରେ ନ ପଡିବେ ଭଲ ଭାବେ ଜୀବନ ନିର୍ବାହ କରିବେ ତାହା ଉପରେ ଆଲୋଚନା ହୋଇଥିଲା l ପୋଲିସ ବିଭାଗର ଅନେକ ଗୁଡ଼ିଏ ନିୟମରେ ପରିବର୍ତ୍ତନ ଘଟିଛି, ୫-ଟି ମୋ ସରକାର ଲାଗୁ ହେବା ପରେ ଅଭିଯୋଗକାରୀ ଓ ଦୋଷୀଙ୍କୁ ମାନଙ୍କୁ ଥାନା ପକ୍ଷରୁ କୌଣସି ଦୁର୍ବ୍ୟବହାର ନ ଦେଖାଇ ଉତ୍ତମ ବ୍ୟବହାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା ରହିଛି ଏଣୁ ପୋଲିସ ପ୍ରତି ଜନସାଧରଣଙ୍କର ଭୟ ଭିତ ହେବା କୌଣସି ଆବଶ୍ୟକ ନାହିଁ, ସମସ୍ତଙ୍କର ସ୍ଵାଧୀନ ଚିନ୍ତା ଧାରାରେ ପୋଲିସ ସହ ଯୋଗାଯୋଗ ରଖି କାର୍ଯ୍ୟ କଲେ ଅନେକ ସୁଫଳ ମିଳିବ ଏବଂ ଥାନାକୁ ନିଜର କାର୍ଯ୍ୟାଳୟ ଭାବି ସମସ୍ତ ଅଭିଯୋଗ ନେଇ ଆସିବାକୁ ଥାନା ଅଧିକାରୀ ଶ୍ରୀ ନାୟକ ଲୋକଙ୍କୁ ଅବଗତ କରାଇଥିଲେ l ଏଥିସହ ଅଞ୍ଚଳକୁ ଅପରାଧ ମୁକ୍ତ ଅଞ୍ଚଳ ଭାବେ ଗଢି ତୋଳିବାକୁ ଜନସାଧାରଣ ମାନଙ୍କୁ ଆହ୍ଵାନ କରିଥିଲେ l ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧକ୍ଷ ପତିତପାବନ ବୈଦ୍ଯ, ବ୍ଲକ ପୂର୍ବତନ ଅଧ୍ୟକ୍ଷ ମାଲା ମାଢ଼ି, କାଲିମେଳା ସରପଞ୍ଚ ପୃଥୀରାଜ ମାଝୀ, ବଡିଗେଟା ସରପଞ୍ଚ ଲୀଲି ସୋଡ଼ୀ, ସମାଜସେବୀ କାମସେନ ପ୍ରଧାନ, ଡ୍ରାଇଭର ସଂଘ ସଭାପତି ପ୍ରଦୀପ ସରକାର ମଞ୍ଚରେ ଉପସ୍ଥିତ ଥିବା ବେଳେ ଥାନା ସବଇନ୍ସପେକ୍ଟର ନରେନ୍ଦ୍ର ପ୍ରସାଦ ଭାତ୍ରା, ମନୋହର ସାହୁ, ସୁଜିତ କୁମାର ବିଶ୍ବାସଙ୍କ ସମେତ ବୈଠକରେ ମା କମିଟି ସଦସ୍ୟା, ଡ୍ରାଇଭର ମହାସଂଘର ସଦସ୍ୟ ଯୁବଗୋଷ୍ଠୀ, ଅନ୍ୟାନ୍ୟ ପଞ୍ଚାୟତର ସରପଞ୍ଚ, ପୋଲିସ କର୍ମଚାରୀ ଏବଂ ଜନସାଧାରଣ ମାନେ ଉପସ୍ଥିତ ରହିଥିଲେ l

Leave A Reply

Your email address will not be published.