କାର ନେଇ ଫେରାର ଘଟଣାରେ ଜଣକୁ କୋର୍ଟ ଚାଲାଣ

କାଲିମେଳା: ମାଲକାନଗିରି ଜିଲ୍ଲା ଏମ୍.ଭି. ୨୦ ଗ୍ରାମର ରାଜୁ ବୈରାଗୀ ନାମକ ବ୍ୟକ୍ତି ଗତ ଜାନୁଆରୀ ୨ ତାରିଖରେ ଏମ୍.ଭି. ୯୬ ଗ୍ରାମରେ ନିଜ ସମ୍ପର୍କୀୟଙ୍କ ଘରେ ବୁଲି ଆସିଥିଲେ । ସେହି ଦିନ ଏମ୍.ଭି. ୯୯ ଗ୍ରାମର ରାକେଶ ମଜୁମଦାର କାରଟିକୁ ଚଲେଇବା ବାହାନାରେ ମାଗି ନେଇ ଫେରାର ହୋଇଯାଇଥିଲେ । ସେହି ଦିନ ରାକେଶ ନଫେରିବାରୁ ରାଜୁ ରାକେଶକୁ ଫୋନ କରିଥିଲେ । ଫୋନ ଉଠାଇ ରାକେଶ ରାଜୁକୁ ବହୁତ ଖରାପ ଭାଷାରେ ଗାଳିଗୁଳଜ କରି ଫୋନ ସ୍ୱିଜ ଅଫ ଦେଇଥିଲେ । ଏନେଇ ରାଜୁ ଜାନୁଆରୀ ୨୨ ତାରିଖରେ ଏମ୍.ଭି. ୭୯ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଥାନା ଆଇଆଇସି ସୁନୀଲ କୁମାର ସରେନ କେସ ନମ୍ବର ୯/୨୦୨୩ ମାମଲାରେ ଏକ କେସ ରୁଜୁ କରି କେସକୁ ଏ.ଏସ. ଆଇ. ରାଜେନ୍ଦ୍ର ପାଙ୍ଗିଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ । ଏହା ପରେ ଏସଡ଼ିପିଓ ମାଲକାନଗିରି ସଚିନ ପଟେଲ ଏବଂ ଏମ୍.ଭି.୭୯ ଆଇଆଇସିଙ୍କ ତତ୍ୱାବଧାନରେ ତଦନ୍ତ କରାଯାଇ ଆଜି ୧୩ ମାର୍ଚ୍ଚରେ ଉକ୍ତ କାରଟି ଏବଂ ଅଭିଯୁକ୍ତ ରାକେଶକୁ ଗିରଫ କରିବାରେ ସଫଳ ହୋଇଥିଲେ । ଏହା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଏ ସମ୍ପର୍କରେ କାର ମାଲିକ ରାଜୁ ଏମ୍.ଭି. ୭୯ ପୋଲିସକୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଞ୍ଚଳବାସୀ ପୋଲିସର ସେବଭାବନାକୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.