ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ତୋଟାଗୁଡା ଗାଁ ଲୋକ ପିଉଛନ୍ତି ଦୂଷିତ ଚୁଁଆ ପାଣି ପହଞ୍ଚିବ ପିଇବା ପାଣି ଏଣୁ ସରକାର ଆରମ୍ଭ କଲେ ମେଗାପାଣି ପ୍ରୋଜେକ୍ଟ। ହେଲେ ସ୍ଵାଭିମାନ ଅଞ୍ଚଳର ପାପରମେଟଲା ପଞ୍ଚାୟତର ତୋଟାଗୁଡା ଗ୍ରାମବାସୀ ପିଉଛନ୍ତି ଦୂଷିତ ଚୁଁଆ ପାଣି । ଖରାଦିନ ଆସିବା ପୁର୍ବରୁ ମାଲକାନଗିରି ଜିଲ୍ଲାରେ ଦେଖାଦେଲାଣି ଉତ୍କଟ ଜଳ ସଙ୍କଟ।
ଖରାଦିନ ଆସିଲେ ଦେଖାଯାଏ ପିଇବା ପାଣିର ସଙ୍କଟ । ଯାହା ଏବେଠାରୁ ଦେଖାଦେଲାଣି ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ । ମାଲକାନଗିରି ଜିଲ୍ଲା, ଚିତ୍ରକୋଣ୍ଡା ବ୍ଲକ, ସ୍ବାଭିମାନ ଅଞ୍ଚଳ, ପାପରମେଟଲା ପଞ୍ଚାୟତର ତୋଟାଗୁଡା ଗାଁ, ଯେଉଁଠି ଦେଖାଯାଇଛି ପିଇବା ପାଣିର ସମସ୍ୟା ଫଳରେ ଗ୍ରାମବାସୀ ପିଉଛନ୍ତି ଦୂଷିତ ଚୁଁଆ ପାଣି । ଏହି ଗାଁରେ ବସବାସ କରୁଛନ୍ତି ୪୦ ପରିବାରେ ୩୦୦ରୁ ଅଧିକ ଲୋକ । କିନ୍ତୁ ଗାଁରେ ଅଛି ୩ଟି ବୋରିଙ୍ଗ ଓ ଗାଁ ସ୍କୁଲରେ ଗୋଟିଏ ସୋଲାର ବୋରୱେଲ୍ ପାଣି ଟାଙ୍କି । ସେଥିମଧ୍ଯରୁ ଦୁଇଟି ବୋରିଙ୍ଗରେ ପାଣି ନଥିବାରୁ ଅଚଳ ହୋଇ ବହୁ ଦିନ ହବ ପଡି ରହିଥିବା ବେଳେ ଅନ୍ୟ ବୋରିଙ୍ଗରେ ଗୋଳିଆ ପାଣି ବାହାରୁଛି, ଆଉ ରହିଲା ସ୍କୁଲରେ ଥିବା ସୋଲାର ବୋରୱେଲ୍ ପାଣି ଟାଙ୍କି ସେଠି ଯଦି ସ୍କୁଲ ପ୍ରଧାନ ଶିକ୍ଷକ ରୁହନ୍ତି ତାହାହେଲେ ବେଳେବେଳେ କିଛି ଲୋକ ଭଲ ପାଣି ମୁନ୍ଦେ ପାଇଯାନ୍ତି। ଏଣୁ ତୋଟାଗୁଡା ଗ୍ରାମର ଲୋକମାନେ ପାଣି ପାଇଁ ଗାଁ ମୁଣ୍ଡରେ ଥିବା ଚୁଁଆ ଉପରେ ଭରସା କରିଛନ୍ତି ଏବଂ ସେହି ପାଣି ନେଇ ପିଉଛନ୍ତି । ଯଦି ସକାଳୁ କିଏ ଯାଇ ଚୁଁଆ ନିକଟରେ ପହଞ୍ଚେ ଖରାଦିନ ଆସିଲେ ଦେଖାଯାଏ ପିଇବା ପାଣିର ସଙ୍କଟ ।
କିନ୍ତୁ ଚୁଁଆ ନିକଟରେ ମହିଳା ମାନଙ୍କ ଭିଡ ହବା ପରେ ଚୁଁଆରୁ ପାଣି କାଢିବା ସମୟରେ ପାଣି ଗୋଳିଆ ହୋଇଯାଏ ଓ ଦୂଷିତ ହୋଇଯାଏ । ଯାହା ଫଳରେ ମହିଳାଙ୍କ ମଧ୍ଯରେ ଝଗଡା ହବାର ନଜରକୁ ଆସିଛି । ଏବଂ ଶେଷରେ ସେହି ପାଣିକୁ ଘରକୁ ନେଇ ରୋଷେଇବାସ କରିବା ସହ ସେହି ପାଣିକୁ ପିଅନ୍ତି । ଯାହା ଦ୍ବାରା ସେମାନଙ୍କ ଦେହ ଖରାପ ହଉଥିବା କହିଛନ୍ତି । ଖରାଦିନ ପୁର୍ବରୁ ପାଣିର ସମସ୍ୟା ଦେଖାଉଥାବା ବେଳେ ଖରା ହେଲେ ପିଇବା ପାଣି ମିଳିବା ବହୁ କଷ୍ଟ କହିଛନ୍ତି ଗ୍ରାମର ମହିଳା ମାନେ । ପାଣି ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚ ଓ ଚିତ୍ରକୋଣ୍ଡା ବିଡିଓଙ୍କୁ ବାରମ୍ବାର ଜଣାଇଲେ ମଧ୍ଯ ସେମାନଙ୍କ କଥାକୁ କେହିବି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ଗ୍ରାମବାସୀଙ୍କ ପିଇବା ପାଣିର ସମସ୍ୟା ଅଭିଯୋଗ ପରେ ଆମେ ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ବିଭାଗ ମାଲକାନଗିରି ନିର୍ବାହି ଯନ୍ତ୍ରୀ ରିତେଶ କୁମାର ସାହୁଙ୍କୁ ପଚାରି ବୁଝିଥିଲୁ । ସେ କହିଛନ୍ତି ଖରାପ ବୋରିଙ୍ଗ ଗୁଡିକ ମରାମତି ଆରମ୍ଭ କରାଯାଇଛି ତା ସହ ତଳ ଶ୍ରେଣୀର କର୍ମଚାରୀଙ୍କୁ ନିର୍ଦେଶ ଦେଇଛନ୍ତି ଯେଉଁ ଜାଗାରେ ସମସ୍ୟା ରହିଛି ସେ ଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ।