ଖୁଣ୍ଟା ବଣିକ ସଂଘର ବୈଠକ: ପଲିଥିନ ବ୍ୟବହାର ନ କରିବାକୁ ପରାମର୍ଶ

ଖୁଣ୍ଟା: ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବଣିକ ସଂଘର ୬ଷ୍ଠତମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବଣିକ ସଂଘର ସଭାପତି କାହ୍ନୁ ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଖୁଣ୍ଟା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ବୈଠକରେ ଉପସଭାପତି ତରୁଣ ମହାନ୍ତି, ସଂମ୍ପାଦକ ମନୋଜ ରଥ, କୋଷାଧ୍ଯକ୍ଷ ଜ୍ଞାନରଂଜନ ସାହୁ, ସହ ସମ୍ପାଦକ ମନରଞ୍ଜନ କୁଅଁର ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ପରୋଲକାଗତ ବଣିକ ସଂଘର ସଦସ୍ୟଙ୍କ ଉଦ୍ଦେଶ୍ୱରେ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ସଂଘର ସଭାପତି ଶ୍ରୀ ବେହେରା ବାର୍ଷିକ ବିବରଣି ପାଠ କରିବା ସହ ସଂଘର ଆଭିମୁଖ୍ୟ ସଂମ୍ପର୍କରେ ସୁଚାଇଥିଲେ । ସଂଘକୁ ଅଧିକ କ୍ରିୟାଶୀଳ କରିବା ସହ ପରିବେଶକୁ ସୁସ୍ଥ ରଖିବା ଓ ପଲିଥିନ ବ୍ୟବହାର ନ କରିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନ ସୃଷ୍ଟି କରାଇବା ପାଇଁ ସଭାପତି ଅନୁରୋଧ କରିଥିଲେ । ଏହି ଅବସରରେ ନୂତନ ସଦସ୍ୟତା ଗ୍ରହଣ କରିଥିବା ୯ ଜଣଙ୍କୁ ସଦସ୍ୟଙ୍କୁ ସଂଘ ପକ୍ଷରୁ ସ୍ଵାଗତ କରାଯାଇଥିଲା । ସେହିପରି ବୟସାଧିକ ବରିଷ୍ଠ ବ୍ୟବସାୟୀ ଡା. ହରିଶ୍ୟାମ ମିଶ୍ର, ଶିବ ବିଶ୍ଵାଳ, କୁଳମଣି ଖିଲାର ଓ ତାରାମଣି ମହାନ୍ତିଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ବୈଠକରେ ବଜାର କମିଟିର ୩୩୦ରୁ ଉର୍ଦ୍ଧ ସଦସ୍ୟ ଯୋଗ ଦେଇଥିଲେ ।

Leave A Reply

Your email address will not be published.