ରାଜରାସ୍ତାରେ ଡ୍ରାଇଭର: ଗାଡ଼ି ଚଳାଚଳ ପ୍ରଭାବିତ, ଅମାନିଆଙ୍କୁ ଫୁଲମାଳ ଦେଇ ସ୍ଵାଗତ

ଖୁଣ୍ଟା: ଘରୋଇ ଗାଡି ଡ୍ରାଇଭର ମାନଙ୍କ ୧୦ ଦଫା ଦାବିକୁ ନେଇ ରାଜ୍ୟ ଡ୍ରାଇଭର ମହାମଞ୍ଚର ଅନିର୍ଦ୍ଦିଷ୍ଟ ସମୟ ପାଇଁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆହ୍ଵାନ କ୍ରମେ ଆଜି ମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟା ଓ ଗୋପବନ୍ଧୁ ନଗର ଡ୍ରାଇଭର ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି । ଏହି ଧର୍ମଘଟରେ ଉଭୟ ବ୍ଳକ ଦ୍ୱୟରୁ ସଂଘ ସହିତ ଜଡ଼ିତ ଥିବା ପ୍ରାୟ ୫ଶହରୁ ଉର୍ଦ୍ଧ ଡ୍ରାଇଭର ମାନେ ସାମିଲ ଥିଲେ । ଏହି ପରିପେକ୍ଷୀରେ ବ୍ଳକ ଦ୍ଵୟର ସଂଘ ପକ୍ଷରୁ ପୃଥକ ପୃଥକ ସ୍ଥାନରେ ଡ୍ରାଇଭର ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଖୁଣ୍ଟା ବ୍ଳକ ଡ୍ରାଇଭର ସଂଘର ସଭାପତି ଡାକ୍ତର ବଗାଳଙ୍କ ନେତୃତ୍ୱ ଉଦଳା-ଖୁଣ୍ଟା-ବାରିପଦା ରାଜ୍ୟ ରାଜପଥର ପୁରୁଣା ପାଣି ଛକ ଠାରେ ଏବଂ ଗୋପବନ୍ଧୁ ନଗର ବ୍ଳକ ସଂଘର ସଭାପତି କ୍ଷିତିଶ ଚନ୍ଦ୍ର ନାଏକ ଓ ଉପସଭାପତି ରଶ୍ମୀ ରଞ୍ଜନ ବେହେରାଙ୍କ ନେତୃତ୍ଵରେ ଖୁଣ୍ଟା କଲେଜ ଛକଠାରେ ଡ୍ରାଇଭର ସଂଘ ପକ୍ଷରୁ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତେବ ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ କେତେକ ଜରୁରୀକାଳୀନ ସେବା ପ୍ରଦାନକାରୀ ଯାନ, ପରିକ୍ଷାର୍ଥୀମାନଙ୍କ ଯାନବାହାନ ଇତ୍ୟାଦି କୁ ଛଡି ଦିଆଯାଇଥିବା ବେଳେ ସଂଘ ସହିତ ଜଡିତ ନ ଥିବା କେତେକ ହଳଦିଆ ନମ୍ବର ପ୍ଲେଟ ବିଶିଷ୍ଠ ଯାନ ଗୁଡିକର ଡ୍ରାଇଭର ମାନେ କାର୍ଯ୍ୟରତ ଥିବା ଅମାନିଆ ସାଥୀଙ୍କୁ ବିକ୍ଷୋଭକାରୀ ମାନେ ଫୁଲମାଳ ଦେଇ ନିଜର ଦାବି ସଂମ୍ପର୍କରେ ଜଣାଇବା ସହ ସ୍ଵାଗତ କରିଥିଲେ | ତେବେ ରାଜ୍ୟ ମହାସଂଘ ପକ୍ଷରୁ ନିର୍ଦ୍ଦେିଷ ନ ଆସିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଭାପତି ଦ୍ବୟ ପ୍ରକାଶ କରିଥିଲେ । ଏହି ଆନ୍ଦୋଳନ ଯୋଗୁଁ ଯାତ୍ରୀବାହୀ ବସ ଓ ବ୍ୟବସାୟୀକ ଯାନ ଚଳାଚଳ ବନ୍ଦ ହୋଇଥିବା ବେଳେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.