ରାମ ନାମରେ ସରିଲା ୯ ଦିନ

କଟକ,(ନୃସିଂହ ଚରଣ ଦାସ): ବର୍ଷେ କିମ୍ବା ୫ ବର୍ଷ ନୁହେଁ । ଦୀର୍ଘ ୪୧ ବର୍ଷ ଧରି ରାମ ନାମରେ ବିଭୋର ହୋଇଛନ୍ତି ଗ୍ରାମବାସୀ । ପ୍ରବଚନ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହେଉଛି ଗ୍ରାମ୍ୟ ପରିବେଶ । ଏଭଳି ବାତାବରଣ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ କେରେଙ୍ଗା ମାଣିତିର ବୁଢ଼ୀ ଜଗୁଲାଇ ପୀଠରେ । ମହାବୀର ସେବା ପରିଷଦ ଦ୍ବାରା ହେଉଛି ଏଭଳି ଧାର୍ମିକ କାର୍ଯ୍ୟକ୍ରମ । ପରିଷଦର ସଦସ୍ୟଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ଆୟୋଜିତ କାର୍ଯ୍ୟକ୍ରମର ଆଜି ଅନ୍ତିମ ଦିନ । ଆସନ୍ତାକାଲି ନାମ ସଂକୀର୍ତନ କରାଯିବ । ଅନ୍ୟପକ୍ଷରେ ବିଭିନ୍ନ ପ୍ରବଚନ ୯ ଦିନ ଧରି ପ୍ରବଚନ ଦେବା ସହ ଲୋକଙ୍କ ମନରେ ଥିବା ଜିଜ୍ଞାସାକୁ ସମାଧାନ କରିଥିଲେ । କାର୍ଯ୍ୟକ୍ରମରେ ଗ୍ରାମବାସୀ ଓ ସ୍ଥାନୀୟ ଲୋକଙ୍କ ସହଯୋଗ ଏହି କାର୍ଯ୍ୟକ୍ରମକୁ ଆଗକୁ ନେବାରେ ସାହାଯ୍ୟ କରିବ ।

Leave A Reply

Your email address will not be published.