କାଲିମେଳା ପୋଲିସ ପକ୍ଷରୁ ପାଟ୍ରୋଲିଂ ସମୟରେ ମିଳିଲା ବଡ ସଫଳତା

କାଲିମେଳା, ତା ୨୧/୩: ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକଙ୍କ ନେତୃତ୍ୱରେ ଆଠ ଜଣିଆ ଟିମ ସହ ଏସଓଜି ଯବାନ ମିଳିତ ହୋଇ ଗତକାଲି ରାତିରେ ଦୂର୍ଗମ ଅଞ୍ଚଳ କୁର୍ମାନୁର ଏରିଆରେ ପାଟ୍ରୋଲିଂ କରୁଥିବା ବେଳେ ଏକ ମହେନ୍ଦ୍ରା ୪୭୫ ଡିଆଇ ଟ୍ରାକ୍ଟରରେ ଗଞେଇ ବୋଝେଇ ହୋଇ ଯାଉଥିବା ବେଳେ ପୋଲିସ ଧରିବାରେ ସଫଳ ହୋଇଛି l ଉକ୍ତ ଟ୍ରାକ୍ଟର ସହ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଥାନାକୁ ଆଣିଥିଲା l ଉକ୍ତ ଗଞ୍ଜେଇ ଓଜନ କରିବାରୁ ୪ କୁଇଣ୍ଟାଲ ୨ କେଜି ଥିବା ପୋଲିସ ପକ୍ଷରୁ କୁହାଯାଇଛି l ଏହାକୁ ନେଇ ପୋଲିସ କେଶ ନମ୍ବର ୬୫/୨୧/୩/୨୩ ତାରିଖରେ ଧାରା ୨୦(ବି) (ଆଇଆଇ) (ସି) ମାମଲା ରୁଜୁ କରି ଏନଡିପିଏସ (NDPS) ଆକ୍ଟରେ ଅଭିଯୁକ୍ତ ୪୦ ବର୍ଷୀୟ ଲିଙ୍ଗୟା ନାଇନ ପିତା ନୀଲେୟା, ଅନ୍ୟ ଜଣେ ୫୦ ବର୍ଷୀୟ ବାଲାୟା କଡା ପିତା ଲିଙ୍ଗୟା କଷା ନାମକ ଦୁଇ ଜଣ ଅଭିଯୁକ୍ତକୁ ଘଟଣାସ୍ଥଳରୁ ଗିରଫ କରିଛି l ଏମାନେ ଦୁଇ ଜଣ ଗୋଟିଏ ଗାଁ କୁର୍ମାନୁର ଅଟନ୍ତି l ଏହିମାନଙ୍କ ଠାରୁ ଜବତ ଗଞ୍ଜେଇ ଓଡିଶାରୁ ପାହାଡିଆ ଅଞ୍ଚଳ କୁର୍ମାନୁରରୁ  ପଡେଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶକୁ ଚୋରାଚାଲାଣ କରାଯାଉଥିବା ବେଳେ ରାସ୍ତାରେ ଧରାପଡ଼ିଥିଲେ l ଏହି ପାଟ୍ରୋଲିଂ ସମୟରେ କାଲିମଳା ଥାନା ଅଧିକାରୀ ସମେତ ଏଏସଆଇ ବି.ସି ମାଝୀ, କନେଷ୍ଟବଳ ନାରାୟଣ ସେଠୀ ପ୍ରମୁଖ ଆଠ ଜଣିଆ ଟିମ ଯାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି l ଗିରଫ ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବୋଲି ପୋଲିସ ପ୍ରକାଶ କରିଛି ।

Leave A Reply

Your email address will not be published.