ମାଲକାନଗିରି, ୨୧।୩: ସ୍ଥାନୀୟ ସରକାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସବୁଜ ବାହିନୀ ଦ୍ଵାରା ଛାତ୍ରଛାତ୍ରମାନଙ୍କ ମଧ୍ୟରେ ପରିବେଶ ସଚେତନତା ଓ ଜଙ୍ଗଲ ସୁରକ୍ଷା ସମ୍ପର୍କରେ ସଚେତନ କରିବାଲାଗି ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ବକ୍ତୃତା, ରଚନା ଲିଖନ, ସାଧାରଣ ଜ୍ଞାନ ପରୀକ୍ଷା ଆଦି ବିଷୟରେ ପ୍ରତିଯୋଗିତା କରାଯାଇଥିଲା। ଏକ ସଭାର ଆୟୋଜନ କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଆୟୋଜିତ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ଡ. କ୍ଷୀରୋଦ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିଲେ। ପରିବେଶ ଓ ଜଙ୍ଗଲର ସୁରକ୍ଷା ବିନା ଜୀବଜଗତ ତିଷ୍ଠି ପାରିବନାହିଁ ବୋଲି ନିଜ ବକ୍ତବ୍ୟରେ ଅଧ୍ୟକ୍ଷ ପ୍ରକାଶ କରିଥିଲେ। ବିଦ୍ୟାଳୟର ଜାତୀୟ ସବୁଜ ବାହିନୀ ଅଧିକାରି ଜ୍ଞାନେନ୍ଦ୍ର ତ୍ରିପାଠୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ରତ୍ନାକର ମିଶ୍ର, ନେଶ ଶବର, ନିଖିତା ସିଂ ଓ ରାଜେଶ କୁମାର୍ ଜେନା ଉପସ୍ଥିତ ରହି ସମସ୍ତଙ୍କୁ ପ୍ରୋତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ସମୀର କୁମାର ଡାକୁଆ ଓ ଦଶରଥ ପୁଜାରୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.