ସାଇ ପରିବାର ପକ୍ଷରୁ ବିଡ଼ିଓଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କାଲିମେଳା: ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଦାୟିତ୍ଵରେ ଥିବା ଉମାଶଙ୍କର ଦଳାଇଙ୍କ ପଦୋନ୍ନତି ପରେ ବଦଳି ହୋଇଯାଇଛି । ସେ କଟକ ସ୍ଥିତ ଓଡ଼ିଶା ଷ୍ଟାଫ ସିଲେକସନ କମିଶନ (ଓଏସ୍ଏସସି) କାର୍ଯ୍ୟାଳୟର ଅତିରିକ୍ତ ସଚିବ ଭାବେ ତାଙ୍କେ ଅବସ୍ଥାପିତ ହୋଇଛନ୍ତି । ତେଣୁ ସୋମବାରରେ କାଲିମେଳା ସାଇ ପରିବାର ପକ୍ଷରୁ ତାଙ୍କୁ ସାଇ ମନ୍ଦିର ପରିସରରେ ସମ୍ବର୍ଦ୍ଧନା ଜଣାଇଥିଲେ । ଏ ଅବସରରେ ସାଇ ପରିବାର ପକ୍ଷରୁ ଉପଢୌକନ ଦେଇ ସମ୍ମାନୀତ କରିବା ସହ ଏକ ସାଇ ଫୋଟୋ ଓ ସାଇ ଚେତନା ସଂପର୍କିତ ବହି ପ୍ରଦାନ କରିଥିଲେ । ଏହି ସମୟରେ ବିପ୍ରଚରଣ ଦାସ, ଏସ.ରମେଶ, କେ.ପୂର୍ଣ୍ଣଚନ୍ଦ୍ର ପାତ୍ର, ବେଣୁ ଗୋପାଳ ପାତ୍ର, ଟି.ଶମେସୁ ସୁବୁଦ୍ଧି, ସତ୍ୟନାରାୟଣ ନାୟକ, ନିହାର ରଞ୍ଜନ ଜେନା, କେ.ଭେଙ୍କେଟ ରାଓ ଏବଂ ଅନ୍ୟ ମାନେ ଉପସ୍ଥିତ ରହିଥିଲେ । ଏହା ପୂର୍ବରୁ କାଲିମେଳା ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମନ୍ଦିର ପରିସରରେ, ପାଠାଗାର ଦାୟିତ୍ଵରେ ଥିବା ଶିକ୍ଷକ ମାନେ ସାଥି କେନ୍ଦ୍ରରେ, କାଲିମେଳା ବଜାର କମିଟି ଓ ସମିତି କର୍ମଚାରୀ ପକ୍ଷରୁ ସମିତି ସଭା କକ୍ଷରେ ଶ୍ରୀ ଦଳାଇଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶ୍ରୀ ଦଳେଇ ଏଠାରେ ୬ ବର୍ଷ ତହସିଲଦାର ଓ ବିଡ଼ିଓ ଦାୟିତ୍ଵରେ ରହି କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଜନସାଧାରଣଙ୍କ ଅତି ଆପଣାର ହୋଇପାରିଛନ୍ତି । ଏବଂ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଏଠାରେ ତାଙ୍କ ଅତୁଳନୀୟ ଅବଦାନ ରହିଛି । ସାଥୀ କେନ୍ଦ୍ର, ପାଠାଗାର, ସହିଦ୍ ତାମ୍ମା ଦୋରା ଉଦ୍ୟାନ, ଶହେ ଫୁଟ ଉଚ୍ଚ ଖମ୍ବରେ ଜାତୀୟ ପତାକା, କାଲିମେଳା ଶ୍ମଶାନ ଉନ୍ନତି କରଣ, ତହସିଲ କାର୍ଯ୍ୟାଳୟ ପରିସରରେ ଅଶୋକ ସ୍ତମ୍ଭ ସହ ସୁନ୍ଦର ବଗିଚା, ମାନ୍ୟମକୋଣ୍ଡା ଗ୍ରାମପଞ୍ଚାୟତ ଅଧିକ ଟାଗରକୋଟା ଗ୍ରାମର ବିରାଟ ପଥର ଗୋଲେଇ ଉପରେ ୩୦ ଫୁଟରୁ ଉର୍ଦ୍ଧ୍ବ ଉଚ୍ଚତାର ଶିବ ମୂର୍ତ୍ତି ନିର୍ମାଣ ଭୋଳି ଅନ୍ୟାନ୍ୟ ଆଖୂଦୁର୍ଶିଆ କାମ କରିବାରେ ଶ୍ରୀ ଦଳାଇଙ୍କ ଅବଦାନ କେହି ଭୁଲି ପାରେବେ ନାହିଁ । ତେବେ ତାଙ୍କ ସ୍ଥାନରେ କୋରାପୁଟ ବିଡ଼ିଓ ତଥା ପୂର୍ବତନ ମୋଟୁ ତହସିଲଦାର ନରେନ୍ଦ୍ର ନାୟକ କାଲିମେଳା ବିଡ଼ିଓ ଭାବେ ବଦଳି ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.