mobile header

କାଲିମେଳା ପୋଲିସ ଦ୍ୱାରା ଗାଡି ମଟର ଯାଞ୍ଚ

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ ଆଜି ଗାଡ଼ିମଟର ଯାଞ୍ଚ କରି ପ୍ରାୟ ୩୭ଟି ଗାଡ଼ିରୁ ୨୦,୫୦୦ ଟଙ୍କା ଜରିମାନା ଆଦାୟ କରିଛନ୍ତି । କାଲିମେଳା ପୋଲିସର ଏହି ପ୍ରକାର ସଚେତନତା କାର୍ଯ୍ୟକଳାପକୁ ସାଧାରଣ ଜନତା ସ୍ୱାଗତ କରିବା ସହିତ ଜିଲ୍ଲା ପୋଲିସ୍ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି । ଅନ୍ୟପଟେ ସାଧାରଣ ଲୋକେ କହୁଛନ୍ତି ଏଭଳି ସବୁ ଦିନ ଯଦି ହୁଅନ୍ତା ତାହା ହେଲେ ଲୋକେ ମଦ ପିଇ ଗାଡ଼ି ଚଳାଇବା ଓ ବିନା ଡ୍ରାଇଭିଙ୍ଗ ଲାଇସେନ୍ସ ବିନା ହେଲିମେଣ୍ଟ ଓ ବିନା ସିଟବେଲ୍ଟରେ ଗାଡ଼ି ଚଲାଆଇବା ଇତ୍ୟାଦି ଟ୍ରାଫିକ ନିୟମ ଗୁଡିକୁ ଠିକରେ ମାନି ଗାଡି ମଟର ଚଳାଇଥାନ୍ତେ ଓ ସଡକ ଦୂର୍ଘଟଣାରୁ ରକ୍ଷା ପାଇଥାନ୍ତେ ଓ ପ୍ରତେକ ଜୀବନ ଦୁର୍ଘଟଣାରୁ କିମ୍ବା ରୋଡ଼ ଆକ୍ସିଡେଣ୍ଟରୁ ସୁରକ୍ଷିତ ରହିଥାନ୍ତେ । ଏହି ଗାଡି ମଟର ଯାଞ୍ଚରେ କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ ସୂର୍ଯ୍ୟପ୍ରକାଶ ନାୟକ ସମେତ ଏ.ଏସ.ଆଇ. ବିସି ମାଝୀ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଚେକ ପୋଷ୍ଟ ନିକଟରେ ରହି ଯିବା ଆସିବା ଗାଡି ମଟର ଗାଡିକୁ ଅଟକାଇ ଯାଞ୍ଚ କରୁଥିଲେ ।

Leave A Reply

Your email address will not be published.