mobile header

ପୋଖରୀରେ ବୁଡି ମହିଳା ମୃତ

କାଲିମେଳା: କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱ।ଡା ଗ୍ରାମରେ ଆଜି ସକାଳେ ଜଣେ ମହିଳା ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତ ମହିଳାଙ୍କ ଶବକୁ ବ୍ୟବଚ୍ଛେଦ କରାଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ପୁଲିସ ହସ୍ତାନ୍ତର କରିଛି । ତେବେ ଘଟଣାରୁ ଜଣାପଡିଛି ଯେ ମୃତ ମହିଳା କୁନୀ କୁମାରୀ ପାତ୍ର(୫୦) ପ୍ରତି ଦିନ ପରି ଆଜି ମଧ୍ୟ ଘର ପଛପଟେ ଥିବା ପୋଖରୀ ତୁଠରେ ଗାଧୋଇବାକୁ ଯାଇଥିଲେ । ଏବଂ ପୋଖରୀ ପାଣିରେ ବୁଡି ଯାଇଥିଲେ ବୋଲି ଜଣାପଡିଛି । କିଛି ଦିନ ଧରି ସେ ଅସୁସ୍ଥ ଥିବା କାରଣରୁ ମୁଣ୍ଡ ବୁଲାଇ ପଡ଼ିଯାଇଥିବେ ବୋଲି ପରିବାର ଲୋକେ କହିଛନ୍ତି । ପୋଖରୀ ନିକଟସ୍ଥ ବାଦାମ କ୍ଷେତରେ ଥିବା ଲୋକେ ଏହି ଦୃଶ୍ୟ ଦେଖିବା ପରେ ମୃତ ମହିଳାଙ୍କୁ ପୋଖରୀରୁ ଉଦ୍ଧାର କରାଯାଇଥିଲା । ମୃତକଙ୍କ ଜଣେ ପୁଅ, ଜଣେ ଝିଅ ଏବଂ ସ୍ବାମୀ ରହିଛନ୍ତି । ଏହି ଘଟଣା ଭେଜାଙ୍ଗିୱଡା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିବା ବେଳେ ବ୍ୟବଚ୍ଛେଦ ବେଳେ ସରପଂଚ ସନ୍ତୋଷ କୁମାର କବାସି ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.