mobile header

୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ସ୍ୱାଭିମାନ ଅଞ୍ଚଳ ଗସ୍ତ

ଚିତ୍ରକୋଣ୍ଡା, ୨୮/୦୩/୨୦୨୩: ଆଜି ଅପରାହ୍ନରେ ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ଅଧୁଷିତ ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳକୁ ୫-ଟି ସଚିବଙ୍କ ଭି.କେ.ପାଣ୍ଡିଆନ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି । ତାଙ୍କ ସହିତ ତତକାଳିନ ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ତଥା ବର୍ତ୍ତମାନ ବ୍ୟକ୍ତିଗତ ସଚିବ ଆର ଭିନୀଲ କ୍ରିଷ୍ଣା ସାଥିରେ ଆସିଛନ୍ତି । ବାୟୁ ବିମାନ ଯୋଗେ ହନ୍ତାଲଗୁଡ଼ା ଠାରେ ଅବତରଣ କରି ପ୍ରଥମେ ସ୍ୱାଭିମାନ ଅଞ୍ଚଳର ସବୁଠାରୁ ଆକର୍ଷଣୀୟ ଭିଉ ପଏଣ୍ଟ ବୁଲି ଥିଲେ ହନ୍ତାଳଗୁଡ଼ା ଜନସାଧାରଣଙ୍କ ଏବଂ ସ୍ୱୟଂ ସହାୟକ ଗୋଷ୍ଠି ମହିଳା ମାନଙ୍କ ସହ ସ୍ୱୟଂ ସହାୟକ ଗୋଷ୍ଠି ପାଇଁ ଥିବା ଓ ପାଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ପଚାରି ବୁଝିଥିଲେ । ପୂର୍ବର ବିଛିର୍ନାଞ୍ଚଳ ଏବେର ସ୍ୱାଭିମାନ ଅଞ୍ଚଳର ବିକାଶ ଧାରା ଏବଂ ସମସ୍ୟା କଥା ବୁଝି ପଚାରି ବୁଝିଥିଲେ । ଦିନେ ଉକ୍ତ ଅଞ୍ଚଳରୁ ଵ୍ୟକ୍ତିଗତ ସଚିବ ଆର ଭିନୀଲ କ୍ରିଷ୍ଣା ମାଲକାନଗିରି ଜିଲାର ତତ୍କାଳୀନ ପୂର୍ବତନ ଜିଲାପାଳ ଥିବା ସମୟରେ ୨୦୧୧ ମସିହାରେ ପାପରମେଟେଲା ପଞ୍ଚାୟତ ଲାଉଗୁଡ଼ା ପାଖକୁ ଉନ୍ନୟନ କାମ ଦେଖିବାକୁ ଯାଇଥିବା ସମୟରେ ଅପହରଣ କରି ନେଇଥିଲେ ମାଓବାଦୀ । ସେତେବେଳେ ଉକ୍ତ ଅଞ୍ଚଳ ସମ୍ପୂର୍ଣ ମାଓ ଇଲାକା ଥିଲା ଆଜି ତାର ସ୍ଥିତି ବଦଳିଯାଇଥିବା ଦେଖିବାକୁ ପାଇଥିଲେ । ବହୁତ ବିକାଶ ଆଡକୁ ଆଗେଇ ଚାଲିଥିବା ଦେଖି ଖୁସି ହୋଇଥିଲେ । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଅନୁସୂଚିତ ଜଣଜାତି ଅନୁସୂଚିତ ଜାତି ଓନିୟନ ବିଭାଗ ବଡପୋଡ଼ା କୁନି କୁନି ଝିଅଙ୍କ ସାଥିରେ ଭୋଜନ କରିଥିଲେ ଓ ଗୁରୁପ୍ରିୟା ସେତୁ ପରିଦର୍ଶନ କରିଥିଲେ । ଓ ବଡ଼ପୋଡ଼ା ପୋରଟେବୁଲ ମେଡିକାଲରେ ରାତି କଟାଇଥିଲେ ।

Leave A Reply

Your email address will not be published.