mobile header

ଲ୍ୟାମ୍ପସ ରୁଣ ମେଳା ସମ୍ପର୍କିତ କର୍ମଶାଳା: ଚାଷୀଙ୍କୁ ସ୍ଵାବଲମ୍ବୀ କରିବାରେ ସମବାୟର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଖୁଣ୍ଟା: ଖୁଣ୍ଟା ବ୍ଲକ ଅଧିନ ବାହାନଡ଼ା ଲ୍ୟାମ୍ପସ ପକ୍ଷରୁ ସମବାୟ ବ୍ୟାଙ୍କିଙ୍ଗ୍ ସେବା ଓ ରୁଣ ମେଳା ସଂମ୍ପର୍କୀତ କର୍ମଶାଳା ଅନୁଷ୍ଟିତ ହୋଇଯାଇଛି । ସମବାୟ ସମିତିର ସଭାପତି ସମରାୟ ଟୁଡୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଏସ୍ଅରସିଏସ ସଂପୂର୍ଣ୍ଣନନ୍ଦ ଖଟୁଆ, ବିଭୁତି ଭୂଷଣ ବେହେରା, ଖୁଣ୍ଟା ଏମସିସି ବ୍ୟାଙ୍କ ଶାଖା ପରିଚାଳକ ଜୟଚନ୍ଦ୍ର ସରେନ, ଲ୍ୟାମ୍ପସ ଏମ.ଡି ମଧୁସ୍ମିତା ଦେ ଓ ବିସିପୁର ଲ୍ୟାମ୍ପସର ଶୁଭମ ଘୋଷ ପ୍ରମୁଖ ଯୋଗ ଦେଇଥିଲେ । ଦେଶର ଆର୍ଥୀକ ସ୍ଥିତି ସୁଧାରିବାରେ ଚାଷ ଓ ଚାଷୀର ଭୂମିକା ଯେପରି ଗୁରୁତ୍ଵପୂର୍ଣ୍ଣ । ଠିକ ସେହିପରି ଚାଷୀଙ୍କୁ ସ୍ଵାବଲମ୍ବୀ କରିବାରେ ସମବାୟର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ । ଏବଂ ଚାଷୀମାନଙ୍କ ବିକାଶ ପାଇଁ ସମବାୟ ସଂସ୍ଥା ଜରିଆରେ ବିଭିନ୍ନ ଚାଷ କାର୍ଯ୍ୟ ପାଇଁ ପ୍ରଦାନ କରାଯାଉଥିବା ରୁଣ ସଂମ୍ପର୍କରେ ସଭାରେ ଉପସ୍ଥିତ ଚାଷୀ ମାନଙ୍କୁ ସୁଚାଇଥିଲେ । ଏବଂ କୃଷି ସମ୍ପର୍କିତ ବିଭିନ୍ନ ବିଭାଗର ଅଧିକାରୀମାନେ ଚାଷ ଉପରେ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଇ-କେସିସି ଉପରେ ଗୁରୁତ୍ଵାରୋପ କରିଥିଲା କୃଷି ବିଭାଗ । ଏବଂ ଚାଷ କାର୍ଯ୍ୟ ପାଇଁ ଥିବା ବିଭିନ୍ନ ରୁଣ ଉପରେ ଆଲୋଚନା କରାଯିବା ସହ ଏହାର ସୁଫଳ ଅଧିକରୁ ଅଧିକ ଚାଷୀ ଉଠାଇବା ପାଇଁ ଚାଷୀ ମାନଙ୍କୁ ନିବେଦନ । ଏହି ପରିପେକ୍ଷୀରେରେ ଲ୍ୟାମ୍ପସ ଅଧିନରେ ଥିବା ୧୫ଜଣ ସଫଳ ଚାଷୀଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ୧୭ ଜଣ କ୍ଷୁଦ୍ର ଚାଷୀଙ୍କ ସମେତ ଗୋଟି ମହିଳା ଗ୍ରୃପଙ୍କୁ ଚେକ ଅତିଥିଗଣ ପ୍ରଦାନ କରିଥିଲେ । ଲ୍ୟାମ୍ପସ ଏମଡି ଶ୍ରୀମତି ଦେ ଅତିଥି ପରିଚୟପ୍ରଦାନ ସହିତ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲା ।

Leave A Reply

Your email address will not be published.