ମାଟାପାକା ଆଶ୍ରମ ବିଦ୍ୟାଳୟରେ ବିଦ୍ୟୁତ ନାହିଁ: ୩ ଦିନ ହେଲା ପିଲା ଅନ୍ଧାରରେ ରାତ୍ରି ଭୋଜନ କରୁଛନ୍ତି

ମାଲକାନଗିରି, ୦୨/୦୪: ମାଲକାନଗିରି ଜିଲ୍ଲାରେ ରହିଥିବା ହୋଷ୍ଟେଲ ଗୁଡିକରେ ଛାତ୍ରଛାତ୍ରୀ କିପରି ଦୟନୀୟ ଅବସ୍ଥାରେ ରହୁଛନ୍ତି ସେନେଇ ବିଭାଗ ଜାଣି ଅଜଣା। ସଦର ବ୍ଲକର ମାଟାପାକା ଆଶ୍ରମ ବିଦ୍ୟାଳୟରେ ଗତ ତିନି ଦିନ ହେଲା ବିଦ୍ୟୁତ ନାହିଁ। ପିଲା ରାତିରେ ଅନ୍ଧାରରେ ଖାଇବା ସହ ଶୋଉଛନ୍ତି। ଏନେଇ ସ୍କୁଲ କର୍ତ୍ତୃପକ୍ଷ ନା କିଛି କରୁଛନ୍ତି, ନା ଏନେଇ ବିଭାଗୀୟ ଅଦିକାରୀଙ୍କୁ ଜଣାଇ ଚୁପ ବସିଛନ୍ତି ସେ ନେଇ ତଦନ୍ତ ଆବଶ୍ୟକ। ପିଲାଙ୍କୁ ଏଭଳି ଦୟନୀୟ ଅବସ୍ଥାରେ ସ୍କୁଲ କର୍ତ୍ତୃପକ୍ଷ ରଖିବା କେତେ ଦୁର ଯୁକ୍ତି ଯୁକ୍ତ ଏହାର ବିହିତ ତଦନ୍ତ ହେବା ଦରକାର ବୋଲି ବୁଦ୍ଧିଜୀବୀ ଦାବି କରିଛନ୍ତି। ମାଟାପାକା ଦୁର୍ଗମ ଅଞ୍ଚଳ ହୋଇଥିବା ବେଳେ ଏଠାରେ ରାତ୍ରୀ ଯାପନ କରିବା ଅତି କଷ୍ଟକର।ପୁଣି ଅନ୍ଧାରରେ ପିଲା ରାତିରେ ଶୋଇବା ବିପଦକୁ ଡାକିବା ସାର ହେବ ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି। ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନଭାବ ଯୋଗୁଁ ଏହି ଆଶ୍ରମ ବିଦ୍ୟାଳୟର ପିଲାମାନେ କଷ୍ଟ ଭୋଗୁଥିବା ସ୍ଥାନୀୟ ଅଞ୍ଚଳର ଲୋକେ ଅଭିଯୋଗ କରିଛନ୍ତି।ତୁରନ୍ତ ବିଦ୍ୟାଳୟରେ ବିଦ୍ୟୁତ ଯୋଗାଯୋଗ କରାଯିବା ସହ ପିଲାଙ୍କୁ ଅନ୍ଧାରରୁ ମୁକ୍ତ କରନ୍ତୁ ବୋଲି ଦାବି ହୋଇଛି। ତେବେ ତିନି ଦିନ ହେଲା ବିଦ୍ୟୁତ ବିଭ୍ରାଟ ହୋଇଥିବା ନେଇ ସ୍କୁଲ କର୍ତ୍ତୃପକ୍ଷ ଜାଣିଥିଲେ ମଧ୍ୟ ଏହାର ପ୍ରତିକାର କରିବାକୁ କାହିଁକି ଚେଷ୍ଟା କରୁନାହାନ୍ତି ଏନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ ତିନି ଦିନ ଧରି ପିଲା ଅନ୍ଧାରରେ ଖାଇବା ଏବଂ ରହିବା ଘଟଣା ସ୍କୁଲ କର୍ତ୍ତୃପକ୍ଷ ନା ବିଭାଗୀୟ ଅଧିକାରୀ ଦାୟୀ ଏହାର ଉଚିତ ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Leave A Reply

Your email address will not be published.