ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଡ଼ିଏଭି ଗୁରୁକୁଲ, ଗୁଡ଼ ମର୍ଣ୍ଣିଙ୍ଗ ପ୍ଲେ ସ୍କୁଲ ଓ ସାଇ ଡ୍ୟାନ୍ସ ଏକାଡେମୀ ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟର ସମ୍ପାଦକ ରାକେଶ ମହାରଣାଙ୍କ ଆହ୍ୱାନ କ୍ରମେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଜ୍ୟୋତି ପ୍ରକାଶ ସେନାପତି, ସମ୍ମାନିତ ଅତିଥି ଭାବେ, ବିଦ୍ୟାଳୟର ସଭାପତି ବିଭୁତି ଭୂଷଣ ଖୁରା ,ଚିତ୍ରକୋଣ୍ଡା ସରପଞ୍ଚ ହରି ମୋହନ ଖିଲ, ସାମାଜିକ କର୍ମୀ ତଥା ବରିଷ୍ଠ ନାଗରିକ ଦେବେନ୍ଦ୍ର ଦାଶ ଏବଂ ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣ ପ୍ରସାଦ କର ଯୋଗ ଦେଇଥିଲେ । ଅତିଥିମାନେ ଉଚ୍ଚ ଆଶା, ଉଚ୍ଚ ଶିକ୍ଷା, ଉନ୍ନତମାନର ଶିକ୍ଷା, ବିଭିନ୍ନ ପ୍ରକାର ଶିକ୍ଷା, ଇଂରାଜି ଶିକ୍ଷା, ଉତ୍ତମ ଗୁରୁ ଗ୍ରହଣ କରି ନିଜ କ୍ୟାରିୟର ଗଠନ କରି ଭବିଷ୍ୟତରେ ଉଚ୍ଚ ଅଭିଳାଷ ସହ ଉଚ୍ଚ ପଦବୀରେ ହେବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଅଭିପ୍ରେରିତ କରିଥିଲେ ଏବଂ ସ୍ୱାଭିମାନ ଅଞ୍ଚଳର ଐତିହ୍ୟ, ଆଦିବାସୀ ଭାଷା, ସାହିତ୍ୟ ,ସଂସ୍କୃତି, ଓ ପରମ୍ପରାକୁ ସଂରକ୍ଷଣ କରିବା ସହ ନିଜର, ଭାଷା, ଭୂମି ଓ ଭିତ୍ତିକୁ ସର୍ବଦା ମନେ ରଖିଵା ପାଇଁ ଆହ୍ବାନ ଦେଇଥିଲେ । ବାର୍ଷିକ ଉତ୍ସବ ଅବସରରେ ଅଧିବେଶନ ପର୍ଯ୍ୟାୟରେ ମୁଖ୍ୟ ତଥା ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ ସହ ବିଦ୍ୟାଳୟର ପ୍ରଗତି ବିବରଣୀ ଶିକ୍ଷୟିତ୍ରୀ ରିତା ମହାରଣା ପାଠ କରିଥିଲେ । ଅତିଥିମାନଙ୍କ ଦ୍ଵାରା ଅଭିଭାଷଣ କାର୍ଯ୍ୟକ୍ରମ ସହ ବିଭିନ୍ନ କ୍ରୀଡ଼ା ତଥା ଶିକ୍ଷାରେ କୃତି ଛାତ୍ର ଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଶେଷ କାର୍ଯ୍ୟକ୍ରମ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ବାର୍ଷିକ ଉତ୍ସବକୁ ମନୋଭାରୀ ଉପଭୋଗ କରି କାର୍ଯ୍ୟକ୍ରମ ସମାପନ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମଟିକୁ ଡ଼ିଏଭି ଗୁରୁକୁଲ ବିଦ୍ୟାଳୟର ମିସ ରାଜଲଷ୍ମୀ ଦାଶ, ସରସ୍ବତୀ ଖରା, ଶୁଭସ୍ମିତା ତ୍ରିପାଠୀ, ମଞ୍ଜୁ ସାଗର, ମାନିନୀ ନାୟକ, ସୁମିତ୍ରା ନାୟକ, ପୁନମ ବାଘ ପରିଚାଳନା କରିଥିବା ବେଳେ ମିସ ସରସ୍ବତୀ ଖରା ଧନ୍ୟଵାଦ୍ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.