ସ୍ୱାଭିମାନ ଅଞ୍ଚଳ ଦୁର୍ଗମ ପଣଷପୁଟକୁ ବସ ସେବା ଆରମ୍ଭ

ଚିତ୍ରକୋଣ୍ଡା, ୦୬/୦୪/୨୦୨୩: ଦୀର୍ଘ ଦିନ ହେଲା ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ଅଧୁଷିତ ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପଣଷପୁଟ, ଯନ୍ତ୍ରୀ, ଗାଜୁଲୁମାମୁଡ଼ି, ଅଣ୍ଡିରାପାଲି ଗ୍ରାମ ପଞ୍ଚାୟତର ଜନସାଧାରଣ ଏବଂ ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ ସ୍ଥାନୀୟ ସାଂସଦ ଓ ବିଧାୟକଙ୍କୁ ଦୁର୍ଗମ ପଣଷପୁଟ ଠାରୁ ମାଲକାନଗିରି ସଦର ମହକୁମା ପର୍ଯ୍ୟନ୍ତ ବସ ସେବା ଯୋଗାଇ ଦେବାକୁ ଦାବି କରି ଆସୁଥିଲେ l ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଉକ୍ତ ଅଞ୍ଚଳକୁ ବସ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ l ଆଜି ସ୍ୱାଭିମାନ ଅଞ୍ଚଳବାସୀଙ୍କ ବସ ସେବା ଦାବି ପୂର୍ଣ୍ଣ ହୋଇଥିବା ଦେଖିବାକୁ ମିଳିଛି l ସାଂସଦ ଦେଇଥିବା ପ୍ରତିଶ୍ରୁତିର କଥା ରଖିଛନ୍ତି l ଆଜି ଚିତ୍ରକୋଣ୍ଡା ଛକ ଠାରୁ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ଵାକା, ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ, ମାଲକାନଗିରି ପୂର୍ବତନ ବିଧାୟକ ମାନସ ମାଡ଼କାମି ଓ ସାଂସଦ ପ୍ରତିନିଧି ଜଗନ୍ନାଥ ମାଝୀ ଉପସ୍ଥିତ ରହି ଚିତ୍ରକୋଣ୍ଡା ଛକ ଠାରୁ ସ୍ୱାଭିମାନ ଅଞ୍ଚଳ ପଣଷପୁଟକୁ ବସ ସେବା ଆନୁଷ୍ଠାନିକ ଭାବରେ ଉଦଘାଟନ କରି ସବୁଜ ପତାକା ଦେଖାଇ ଆରମ୍ଭ କରିଛନ୍ତି l ଉକ୍ତ ବସ ସେବା ଦ୍ଵାରା ସ୍ୱାଭିମାନ ଅଞ୍ଚଳର ମୁଖ୍ୟତଃ ପାଞ୍ଚ ଗୋଟି ପଣଷପୁଟ, ଯନ୍ତ୍ରୀ, ଅଣ୍ଡିରାପାଲି ଓ ଗାଜୁଲୁମାମୁଡ଼ି ଓ ଯୋଡ଼ାମ୍ବର ଜନସାଧାରଣ ଉପକୃତ ହେବେ ବୋଲି ଆଶା କରାଯାଉଛି l ଏହି କ୍ରମରେ ଉକ୍ତ ଅଞ୍ଚଳବାସୀ ସାଂସଦ ରମେଶ ଚନ୍ଦ୍ର ମାଝୀ, ବିଧାୟକ ଶ୍ରୀ ଵାକା ଓ ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲଙ୍କୁ ଧନ୍ୟବାଦ ଜଣାଇଛନ୍ତି l

Leave A Reply

Your email address will not be published.