କୋଟପାଡ: ବହୁ ପ୍ରତିକ୍ଷିତ କୋଟପାଡ ମା ଶୀତଲା ଠାକୁରାଣୀଙ୍କ ତ୍ରୟା ବାର୍ଷିକୀ ଘଟ ପର୍ବ ଶାନ୍ତି ଶୃଙ୍ଖଳାର ସହ ଗତକାଲି ସମାପନ ହୋଇଯାଇଛି । ଲକ୍ଷ ଲକ୍ଷ ଭକ୍ତଙ୍କ ପାଖରେ ମା ପହଞ୍ଚି ଭକ୍ତଙ୍କ ଦୁଃଖ ବୁଝିଥିଲେ । ସୁଦୂର ଆନ୍ଧ୍ର ପ୍ରଦେଶ,ମଧ୍ୟ ପ୍ରଦେଶ, ଛତିଶଗଡ, ମହାରାଷ୍ଟ୍ର ପ୍ରଭୃତି ରାଜ୍ୟରୁ ହଜାର ହଜାର ଭକ୍ତ ମାନସିକ ପାଇଁ ଏତେ ଦୂର ଆସି କଳସ ଧରି ମାଙ୍କ ଶରଣରେ ପୋଷି ଥିଲେ । ପ୍ରାୟ ୧୦୦୦୦ ଭକ୍ତ ରସିଦ ନେଇ ସେମାନଙ୍କର ମନସ୍କାମନା ପୂରଣ ହୋଇଥିବା ହେତୁ ମାଙ୍କ ଘଟ ଧରିଥିଲେ । ମନ୍ଦିରରେ ପ୍ରାୟ ୯୦୦୦ ଘଟ ଭକ୍ତ ଛାଡିଥିଲେ ଓ ପ୍ରାୟ ୧୦୦୦ ଶ୍ରଦ୍ଧାଳୁ ମୁଣ୍ଡରେ କଳସ ଧରି ମାଙ୍କ ପୀଠ ହାଟପଦାକୁ ନେଇଥିଲେ । ମନ୍ଦିରରୁ ହାଟପଦା ପର୍ଯ୍ୟନ୍ତ ଦୁଇ କଡ ସମୁଦ୍ର ପାଲଟି ଥିଲା । ପ୍ରାୟ ୨ ମାସ ପୂର୍ବରୁ ଏହି ଯାତ୍ରାର ପ୍ରାକ ପ୍ରସ୍ତୁତି ହୋଇଥିଲା । ମାଙ୍କ ଆଜ୍ଞାମାଳ ପରେ ଗତ ୨୬ରୁ ୫ ପର୍ଯ୍ୟନ୍ତ ଯାତ୍ରା ଲାଗିଥିଲା । ମୀନା ବଜାର, ଦୋକାନ ବଜାର, ବାଅଣ, ଆଲୋକ ସଜ୍ଜା, ରାତିରେ ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମ ହେଉଥିଲା । ସନ୍ଧ୍ୟାରେ ବାଘvନାଚ, ସାପୁଆ ସପୁଆନି, କାଲିକା, ରାବଣ, ଦୈନିକ ଦେଶିଆ ନାଟ, ଦାସ କାଠିଆ, ପାଲା ସନ୍ଧ୍ୟାକୁ ଆକର୍ଷଣ କରୁଥିଲା । କରୋନା ପାଇଁ ଗତ ଯାତ୍ରା ହୋଇପାରିନଥିଲା । ଏହି କମିଟି ସଭାପତି ମଣି ପ୍ରସାଦ ପଟ୍ଟନାୟକ, ସମ୍ପାଦକ ରାମେଶ୍ଵର ଜେନା, ଉପସଭାପତି ସୁଧୀର ମହାନ୍ତି, କୋଷାଧକ୍ଷ ବିନାୟକ ଆଚାର୍ୟ, ସଭ୍ୟ ଗୋପୀ ବିଶୋଇ, ଶଙ୍କର ପଣ୍ଡା, ହରିଶ୍ ପଟନାୟକ, ଗିରିଶ ପଟ୍ଟନାୟକ, ବୁଲି ମହାଙ୍କୁଡ, ବଡ଼ ବାବୁ, ଜିତେନ୍ଦ୍ର ମହାପାତ୍ର, ଦୁର୍ଗା ସାହୁ, ବାବୁଲି ନାୟକ, ବାଲ୍ୟ ନାୟକ, ଲଂବୁ ବାବୁ, ପ୍ରକାଶ ରାଓ, ନଗରପାଳ ଏମ ଶଙ୍କର ରାଓ, ପଙ୍କଜ ପାତ୍ର, ପ୍ରଦୀପ ବକ୍ସି, ବିଧାୟକ ପଦ୍ମିନୀ ଦିଆନ, ଏସଡିସି ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝୀ, ଚନ୍ଦ୍ରେସ୍ଵର ପଣ୍ଡା, ମୁନା ବାବୁ, ଭୋଲା ବାବୁ ପ୍ରମୁଖ ମାଙ୍କ ଯାତ୍ରାକୁ ସଫଳ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.