ଭୁବନେଶ୍ୱର, ତା ୦୬/୦୪: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଓ ରାଜ୍ୟ ଦୁର୍ଘଟଣାଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ଅବସରରେ ରାଜ୍ୟ ସେଣ୍ଟ ଜନ ଆମ୍ବୁଲାନ୍ସ ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟଠାରେ ଆଜି ଉଦଯାପିତ ହୋଇଯାଇଅଛି l ଉଦଯାପନୀ ଉତ୍ସବରେ ରାଜ୍ୟ ସେଣ୍ଟ ଜନ ଓ ରେଡ଼କ୍ରସର ଅବତୈନିକ ସମ୍ପାଦକ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ବିଭୁତି ଭୂଷଣ ପଟ୍ଟନାୟକ ମୁଖ୍ୟ ଅତିଥି, ସେଣ୍ଟ ଜନ ଆମ୍ବୁଲାନ୍ସର ସହକାରୀ କମିଶନର (ଆୟୁକ୍ତ) ପୁରୁଷୋତ୍ତମ ବଳ,ପ୍ରାଥମିକ ଚିକିତ୍ସା ତାଲିମ ପ୍ରଶିକ୍ଷକ ଡ଼ ଯଶୋବନ୍ତ ନାରାୟଣ ଜେନା, ପ୍ରାଥମିକ ଚିକିତ୍ସା ତାଲିମ ସଂଯୋଜକ ପ୍ରଫେସର ଡ଼ ନମିତା ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ପ୍ରାରମ୍ଭରେ ତାଲିମ ସଂଯୋଜଜ ଡ଼ଃ ନମିତା ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ଅବସରରେ ଏହି ସପ୍ତାହ ପାଳନ ବିଷୟରେ ଆଲୋକପାତ କରିଥିଲେ l ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ମାନବକୃତ ଦୁର୍ଘଟଣାକୁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଦ୍ୱାରା ହ୍ରାସ କରାଯାଇ ପାରିବ, ମାତ୍ର ଶୂନ୍ୟ ମୃତ୍ୟୁ ଲକ୍ଷ୍ୟରେ ଉପନୀତ ହେବାକୁ ହେଲେ ରାଜ୍ୟର ଜନସାଧାରଣଙ୍କୁ ଦୁର୍ଘଟଣା ସମୟରେ କିପରି ଜୀବନ ରକ୍ଷା କରାଯାଇ ପାରିବ ତା ଉପରେ ପ୍ରାଥମିକ ଚିକିତ୍ସା ତାଲିମ ଦେବା ଅତ୍ୟନ୍ତ ଜରୁରୀ ବୋଲି ପ୍ରକାଶ କରିଥିଲେ l ଦୁର୍ଘଟଣାଜନିତ ମୃତ୍ୟ ହ୍ରାସ ଓ ପ୍ରାଥମିକ ଚିକିତ୍ସା ତାଲିମ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ବୋଲି କହିଥିଲେ l ରାଜ୍ୟର ଦୁର୍ଘଟଣା ପ୍ରବଣ (ବ୍ଲାକ ସ୍ପଟ ) ନିକଟରେ ଥିବା ବସ୍ତି ଓ ଗାଁର ଯୁବ ସ୍ବେଛାସେବୀମାନଙ୍କୁ ପ୍ରାଥମିକ ଚିକିତ୍ସା ତାଲିମ ପ୍ରଦାନ ନିମନ୍ତେ ସେଣ୍ଟ ଜନ କାର୍ଯ୍ୟକ୍ରମ ଆରମ୍ଭ କରବାକୁ ଯୋଜନା କରୁଛି, ଯାହାଫଳରେ ଆଗାମୀ ଦିନରେ ଆମେ ଦୁର୍ଘଟଣା ଶୂନ୍ୟ ମୃତ୍ୟୁ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବା ବୋଲି ମତବ୍ୟକ୍ତ କରିଥିଲେ l ଏହି ଅବସରରେ ଅତିଥିମାନଙ୍କୁ ତାଲିମ ପ୍ରଶିକ୍ଷାର୍ଥୀମାନେ ସମ୍ମାନିତ କରିଥିଲେ l ଏହି ତାଲିମ ଶିବିରରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୩୦ ଜଣ ଯୁବ ସ୍ବେଛାସେବୀଙ୍କୁ ପ୍ରାଥମିକ ଚିକିତ୍ସା ତାଲିମ ପ୍ରଦାନ କରାଯାଇଥିଲା l ତାଲିମ ଶିବିରକୁ ତାଲିମ ସଂଯୋଜକ ଡ଼ଃ ନମିତା ପଟ୍ଟନାୟକ, ତାଲିମ ପ୍ରଶିକ୍ଷକ ଡ଼ଃ ଯଶୋବନ୍ତ ନାରାୟଣ ଜେନା ଓ ଗିରିଶ ଚନ୍ଦ୍ର ଶତପଥୀ ପରିଚାଳନା କରିଥିଲେ l
Sign in
Sign in
Recover your password.
A password will be e-mailed to you.