ଖୁଣ୍ଟା: ଖୁଣ୍ଟା ସେଣ୍ଟ ଜାଭିୟର ବିଦ୍ୟାଳୟ ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଖୁଣ୍ଟା ଜାଭିୟର ବିଦ୍ୟାଳୟର ପରିଚାଳନା ନିର୍ଦେଶିକା ମମତା ରାଜଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତ୍ତି ସାନନ୍ଦ ମାରାଣ୍ଡି, ମୁଖ୍ୟବକ୍ତା ଭାବେ ଜାଭିୟର ଗ୍ରୃପର ନିର୍ଦ୍ଦେଷକ ପ୍ରଫେସର ଖଲିକୁଜ ଜମାନ ଖାନ, ସମ୍ମାନୀତ ଅତିଥି ଭାବେ ଜାଭିୟର ଗ୍ରୃପର ଅଧ୍ୟକ୍ଷ ହରିଓକାଶ୍ୟ ପରିଡ଼ା, ସାନଖୁଣ୍ଟା ପଞ୍ଚାୟତର ସରପଞ୍ଚ ସୁମୀ ହାଁସଦାଃ, ଟିଟିଆ ଆଦର୍ଶ ବିଦ୍ୟାଳୟର ଇଂରାଜୀ ବିଭାଗ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ବେହେରାଙ୍କ ସମେତ ଖୁଣ୍ଟା ଜାଭିୟର ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସତ୍ୟନାରାୟଣ ରାଜ ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷା କେବଳ ବ୍ୟକ୍ତିକୁ ଶିକ୍ଷିତ କରାଇନଥାଏ, ଏକ ସୁସ୍ଥ ଓ ବିକଶିତ ରାଷ୍ଟ୍ର ଗଠନ କରିବାରେ ସହାୟକ ହୋଇଥାଏ । ଏବଂ ପ୍ରାଥମିକ ଶିକ୍ଷା ହିଁ ଶିକ୍ଷା ଜୀବନର ମୂଳଦୁଆ ସୁଦୃଢ଼ କରି ଗଢ଼ି ତୋଳିବାରେ ସହାୟକ ହୋଇଥାଏ ତେଣୁ ଏହାକୁ ବାଦ ଦେଇ ବିଶ୍ଵବିଦ୍ୟାଳୟର ପରିକଳ୍ପନା ମୂଲ୍ୟହୀନ ହୋଇଥାଏ ବୋଲି ଅତିଥିଗଣ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କୁ ସୁଚାଇବା ସହ ଏଥି ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତ୍ତି ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାଜ ବାର୍ଷୀକ ବିବରଣୀ ପଠ କରିଥିବା ବେଳେ ଶିକ୍ଷୟତ୍ରୀ ବବିତା ମୁର୍ମୁ ଅତିଥି ପରିଚୟ ପ୍ରଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post