କଟକ, (ନୃସିଂହ ଚରଣ ଦାସ): ଆଜି ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ l ଏନେଇ ସ୍ୱାଭିମାନ ମାହାଙ୍ଗା ପକ୍ଷରୁ ମାହାଙ୍ଗା ବ୍ଲକ ଶୁକ୍ଳେଶରରେ ବିଷୁବ ମିଳନ ହୋଇଥିଲା । ଏବଂ ଜଳଛତ୍ର ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା । ଉତ୍କଳ ଗାନ୍ଧୀ ସ୍ମାରକନିଧି ରାଜ୍ୟ ସମ୍ପାଦକ, ସ୍ୱାଭିମାନ ମାହାଙ୍ଗା ଅଧକ୍ଷ ତଥା ଅତିରିକ୍ତ ଶାସନ ସଚିବ ଜୟନ୍ତ କୁମାର ଦାସ ଏଥିରେ ସଭାପତିତ୍ୱ କରିଥିଲେ । ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରାକୁ ବଜାଇ ରଖିବା ପାଇଁ ଆହ୍ୱାନ ଦେଇଥିଲେ l ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ନୌସେନା ସୈନିକ ଭାରତ ଭୂଷଣ ପଟ୍ଟନାୟକ ଯୋଗ ଦେଇଥିଲେ। ମୁଖ୍ୟଵକ୍ତା ଭାବେ ମାନବଅଧିକାର ଆଇନଜୀବୀ ସତ୍ୟନାରାୟଣ ଦାସ, ସମ୍ମାନୀତ ଅତିଥି ଭାବେ ହରିହର ବଳ ଯୋଗ ଦେଇଥିଲେ । ଅତିଥି ପରିଚୟ ସ୍ୱାଗତ ଭାଷଣ ଦେଇଥିଲେ ସମ୍ବାଦିକ ବିଜୟ କୁମାର ଜେନା। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସମ୍ବାଦିକ ଧନେଶ୍ୱର ସେଠୀ । ଜଳଛତ୍ର କାର୍ଯ୍ୟକର୍ମରେ ପରିଚାଳନା କରିଥିଲେ ରବି ନାରାୟଣ ଦାସ । କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ ସାହିତ୍ୟକ ସାମ୍ବାଦିକମାନେ ଯୋଗ ଦେଇଥିଲେ l
Sign in
Sign in
Recover your password.
A password will be e-mailed to you.
Next Post