କଟକ,(ନୃସିଂହ ଚରଣ ଦାସ) : ସରିଥିଲା ରାମ ନବମୀ । ଆଉ ଗତକାଲି ସରିଛି ହନୁମାନ ଜୟନ୍ତୀ । ଓଡ଼ିଆ ନୂଆବର୍ଷ ତଥା ମହାବିଷୁବ ସଂକ୍ରାନ୍ତିରେ ପାଳିତ ହୋଇଥିଲା ଏହି ପର୍ବ । ଏନେଇ ମାହାଙ୍ଗା ବ୍ଲକର ଉମର ଗାଁରେ ପାଳିତ ହୋଇଥିଲା ହନୁମାନ ଚାଳିସା ପାଠ । ଉମରର ସିଦ୍ଧକ୍ଷେତ୍ର ବଳଦେବଜୀଉ ମନ୍ଦିରରେ ହନୁମାନ ମହୋତ୍ସବ ଓ ଚାଳିସା ମହାଯଜ୍ଞ ହୋଇଥିଲା । ହନୁମାନ ଭକ୍ତ ମଣ୍ଡଳୀ ଓ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏହାକୁ ଆୟୋଜନ କରାଯାଇଥିଲା । ବିଧିମୁତାବକ ରୀତିନୀତି ଅନୁସାରେ ବିଭିନ୍ନ ପୂଜା ଏବଂ ହୋମ କାର୍ଯ୍ୟ କରାଯାଇଥିଲା । ଜୟ ବଜରଙ୍ଗବଳୀ ଧ୍ୱନି ଓ ବ୍ରାହ୍ମଣ ଙ୍କ ମନ୍ତ୍ର ଧ୍ୱନୀରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁ କାର୍ଯ୍ୟକ୍ରମରେ ସାମିଲ ହେବା ସହ ବିଭୁ କୃପା ଲାଭ କରିଥିଲେ । ମନ୍ଦିର ଟ୍ରଷ୍ଟ, ଗ୍ରାମବାସୀ ଓ ଧର୍ମାତ୍ମାମାନେ ସାମିଲ ହୋଇଥିଲେ । ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.