ତଟୋଉର୍ତ୍ସବ ଉଦଘାଟିତ

କଟକ, (ନୃସିଂହ ଚରଣ ଦାସ): କଟକସଦର କିସନଗରରେ ଉଦଘାଟିତ ହୋଇଯାଇଛି ମହାନଦୀ ତଟୋଉର୍ତ୍ସବ । ଯାହାକି ପାଞ୍ଚ ଦିନ ବ୍ୟାପି ଚାଲିବ। ମହାନଦୀ କୁଳରେ ଆୟୋଜିତ ଉତ୍ସବରେ ସାଧୁସନ୍ତ ପ୍ରଥମେ ମହାନଦୀରେ ମହାଆଳତି କରିଥିଲେ। ତଟୋଉର୍ତ୍ସବରେ ଅଭିନେତା କୁନା ତ୍ରିପାଠୀ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନିଆଳି ବିଧାୟକ ଡ଼କ୍ଟର ପ୍ରମୋଦ ମଲିକ, କଟକ ସାଂସଦ ଭର୍ତ୍ତୃହରି ମହତାବ, କଟକ ଜିଲ୍ଲାପାଳ ଭବାନି ସଙ୍କର ଚୟନି, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅମ୍ବର କର, ଉପଜିଲ୍ଲାପାଳ କମଳଜିତ ଦାସ, କଟକ ଜିଲ୍ଲା ପରିଷଦ ସଭାପତି ସୁଭଦ୍ରା ଦାସ, ସାଲେପୁର ପଞ୍ଚାୟତ ସମିତିର ପୁର୍ବତନ ଅଧ୍ୟକ୍ଷା ପ୍ରମିଳା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ମନ୍ତ୍ରୀ ମହାମଦୀ ତଟୋଉର୍ତ୍ସବକୁ ଉଦଘାଟନ କରିଥିଲେ l ମୁଖ୍ୟଵକ୍ତା ସାଂସଦ ଭତୃହରି ମହତାବ କହିଥିଲେ ମହାଆଳତି ଗଙ୍ଗା ନଦୀରେ କରାଯାଏ ତେଣୁ ମହାନଦୀ ହେଉଛି ମା । ସେଥିପାଇଁ ମହାନଦୀ ମାକୁ ମହାଆଳତି କରାଯାଇଥିଲା l ତଟୋଉର୍ତ୍ସବରେ ଓରମାସ ତରଫରୁ ୧୮୦ ଷ୍ଟଲ ପକାଯାଇଛି । ବହୁ ଦୋକାନ ବଜାର ମଧ୍ୟ ଖୋଲାଯାଇଛି। ପ୍ରଥମ ଦିନରେ ଓଡିଶୀ ନୃତ୍ୟ ଓ ଯୋଡ଼ି ଶଙ୍ଖ ନୃତ୍ୟ ତଟୋଉର୍ତ୍ସବକୁ ଆକର୍ଷଣୀୟ କରିଥିଲା । ଉଦଘାଟନ ସମୟରେ ବାଣର ବର୍ଷା ମଧ୍ୟ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.