ବସ ଚଳା ଚଳ, ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ
ମାଲକାନଗିରି: ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ଆଜି ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଗତ ହନୁମାନ ଜୟନ୍ତୀ ପାଳନ ଅବସରରେ ସମ୍ବଲପୁର ଜିଲ୍ଲାରେ ଶ୍ରଦ୍ଧାଳୁଙ୍କ ଶୋଭାଯାତ୍ରାରେ ଉପରେ ହୋଇଥିବା ପଥର ମାଡ ଓ ଜଳାପୋଡା ଘଟଣାର ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଛି। ଯାହା ଦ୍ଵାରା ମାଲକାନଗିରି ଜିଲାର ସମସ୍ତ ବ୍ଲକରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ଚାଲିଥିବା ବେଳେ ସମସ୍ତ ସରକାରୀ ବେସରକାରୀ ବସ ଚଳାଚଳ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ପଥର ମାଡ଼ ଘଟଣା ସମସ୍ତଙ୍କୁ ମାନସିକ ସ୍ତରରେ ଆଘାତ ଦେଇଛି ଏବଂ ଏହାର ପୁନରାବୃତ୍ତି ନ ହୋଇ ଶାନ୍ତିଶୃଙ୍ଖଳା ଓ ଭାଇଚାରା ବଜାୟ ରଖିବା ପାଇଁ କୁହାଯାଇଛି। ଜିଲ୍ଲାରେ ଥିବା ସମସ୍ତ ବ୍ୟାଙ୍କ୍, ପୋଷ୍ଟ ଅଫିସ ଏବଂ କେତେକ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା ଏହା ସହ ବସ ଚଳା ଚଳ, ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ଅପରପକ୍ଷରେ ଆକସ୍ମିକ ଅଘଟଣକୁ ରୋକିବା ପାଇଁ ମାଲକାନଗିରି ପୁଲିସ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ସହ ବିଭିନ୍ନ ଛକ ଠାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।
Sign in
Sign in
Recover your password.
A password will be e-mailed to you.