ଦେଶର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସୋଆକୁ ସିଏସ୍‌ଆର ମାନ୍ୟତା

ଭୁବନେଶ୍ୱର, ୨୪/୦୪: ଦେଶର ଅଗ୍ରଣୀ କରେଂଟ ଆଫେୟାର୍ସ ଓ କ୍ୟାରିୟର ମାଗାଜିନ୍ କମ୍ପିଟିସନ୍ ସକ୍‌ସେସ୍ ରିଭ୍ୟୁ (ସିଏସ୍‌ଆର୍‌) ପକ୍ଷରୁ ୨୦୨୩ ବର୍ଷ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଦେଶର ଉକୃଷ୍ଟ ବିଶ୍ୱବିଦ୍ୟାଳୟ ଭାବେ ମନୋନୀତ କରାଯିବା ସହ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ସମ୍ମାନିତ କରାଯାଇଛି । ରବିବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଏହି ସମ୍ମାନ ପ୍ରଦାନ ଉତ୍ସବରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ସିଏସ୍‌ଆର୍ ପକ୍ଷରୁ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଭାବେ ସମ୍ମାନ ପ୍ରଦାନ କରାଯାଇଛି । ସେହିପରି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)କୁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଏବଂ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟକୁ ଶ୍ରେଷ୍ଠ ହୋଟେଲ୍ ମ୍ୟାନେଜମେଂଟ ଶିକ୍ଷାନୁଷ୍ଠାନ ଭାବେ ସମ୍ମାନ ପ୍ରଦାନ କରାଯାଇଛି ।

ସୋଆ ପକ୍ଷରୁ ଶ୍ରୀ ନିଗମାନନ୍ଦ ପୃଷ୍ଟି ଏହି ସମ୍ମାନ ଗ୍ରହଣ କରିଥିଲେ ।

ସିଏସ୍‌ଆର ପତ୍ରିକାର ପ୍ରତିଷ୍ଠାତା ସଂପାଦକ ଶ୍ରୀ ଏସ୍‌. କେ. ସଚଦେବା ଏହି ସମ୍ମାନ ପ୍ରଦାନ କରିବା ଅବସରରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ସୋଆର ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ । ଶିକ୍ଷାର ଗୁଣବତା କ୍ଷେତ୍ରରେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ନାୟକଙ୍କ ଅବିରତ ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.