କୋଟପାଡ କଂଗ୍ରେସର ବିଧାୟକ ପ୍ରାର୍ଥୀକୁ ନେଇ କସରତ

କୋଟପାଡ: ଗତକାଲି କୋଟପାଡ ରାଜୀବ ଗାନ୍ଧୀ ଲାଇବ୍ରେରି ହଲ ଠାରେ ବିଧାୟକ ପ୍ରାର୍ଥୀକୁ ନେଇ ଏକ ଆଲୋଚନା ହୋଇଥିଲା । ଏହି ସଭାକୁ ବ୍ଲକ୍ କଂଗ୍ରେସ ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିସିସି ସଭ୍ୟ ମଣି ପ୍ରସାଦ ପଟ୍ଟନାୟକ, ମନୋହର ବିଶୋଇ, ରାମ ପାଢ଼ୀ, ଟାଉନ କଂଗ୍ରେସ ସଭାପତି ବାପୁନ୍ ତ୍ରିପାଠୀ, ନଗରପାଳ ଏମ ଶଙ୍କର ରାଓ, ଜିଲ୍ଲା କଂଗ୍ରେସ ଉପ ସଭାପତି ହରିଶ୍ ପଟ୍ଟନାୟକ, ବ୍ଲକ୍ ଯୁବ କଂଗ୍ରେସ ସଭାପତି ଘନ ବିଶୋଇ, ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭପତି ନବୀନ ବିଶୋଇ, ଟାଉନ ଯୁବ କଂଗ୍ରେସ ସଭାପତି ଶଙ୍କର ପଣ୍ଡା, ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି ମୁନା ଖାଁ, ଯୁବ କଂଗ୍ରେସ ନେତା ସନ୍ତୋଷ ମିଶ୍ର, ସରପଞ୍ଚ ତ୍ରିନାଥ ଭତ୍ରା, ଅଶୋକ ଗନ୍ତାୟତ, ଏବଂ କୁନ୍ଦୁରା ଓ ବୈପାରିଗୁଡାର ବଛା ବଛା ନେତା ଉପସ୍ଥିତ ଥିଲେ । ଏଥିରେ ୭ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥୀ ପତ୍ର ପ୍ରଦାନ କରିଥିଲେ । ଏମାନଙ୍କ ମଧ୍ୟରୁ ସୁରେନ୍ଦ୍ର ପରଜା ସର୍ବାଗ୍ରେ ଥିବାର ଜଣା ପଡ଼ିଛି । ଅନ୍ୟ ୪ ଜଣ ସରକାରୀ କର୍ମଚାରୀ ହୋଇଥିବାରୁ ଅଧିକାଂଶ ସଭ୍ୟ ଅନିଛା ପ୍ରକାଶ କରିଥିବାର ଜଣା ପଡ଼ିଛି ଏବଂ ଅନ୍ୟ ୨ ଜଣଙ୍କୁ କମିଟି ସେମାନଙ୍କ ବିଧାୟକ ପ୍ରାର୍ଥୀ ପାଇଁ ସମୟ ଲାଗିବ ବୋଲି ସେମାନଙ୍କ ପ୍ରାର୍ଥୀତ୍ୱ କୁ ବିଚାରକୁ ନିଆ ଯାଇନଥିଲା । ଆଗକୁ ନିର୍ବାଚନ ପାଖେଇ ଆସୁଥିବାରୁ କଂଗ୍ରେସ ଦଳ ମଧ୍ୟ ତତ୍ପର ହେଉଥିବାର ଜଣାପଡ଼ିଛି ।

Leave A Reply

Your email address will not be published.