ଚିତ୍ରକୋଣ୍ଡା: ଆବଶ୍ୟକତା ଦୃଷ୍ଟିରୁ ଲୋକସଭା ବିଧାନସଭା ନିର୍ବାଚନର ବିଜୟ ପରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକା ଚିତ୍ରକୋଣ୍ଡାରେ ଏକ ଆହାର କେନ୍ଦ୍ର ଖୋଲିବାକୁ ପ୍ରତିଶ୍ରୁତି ଦେଇଥିଲେ l ମାତ୍ର ଦୁଃଖର ବିଷୟ ଦିନ ପରେ ଦିନ ଗଡ଼ି ଚାଲିଥିଲେ ମଧ୍ୟ ଆଜି ସୁଧା ହୋଇ ପାରିଲାନି ଚିତ୍ରକୋଣ୍ଡାରେ ଆହାର କେନ୍ଦ୍ର, ୨୦୨୩ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଆମେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକାଙ୍କୁ ଆହାର କେନ୍ଦ୍ର କେବେ ହେବ ବୋଲି ଯୋଗାଯୋଗ କରିଥିଲୁ ସେ ମହାଶୟ ଆଚରଣଵିଧି ଉଠିଗଲା ପରେ ବିଧାନସଭାରେ ପକାଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଆହାର କେନ୍ଦ୍ର ନିଶ୍ଚିନ୍ତ ଏବଂ ଶୀଘ୍ର କରାଯିବ ବୋଲି ପ୍ରକାଶ କରିଥିଲେ ମାତ୍ର ଆଉ କେଇଟା ମାସ ପରେ ତାଙ୍କ ସମୟ କାଳ ସରିବ ଆଜିସୁଧା ବି ଆହାର କେନ୍ଦ୍ର ହୋଇ ପାରିଲା ନାହିଁ ଆମେ ପୁଣି ଏବେ ନିର୍ବାଚନ ପାଖେଇ ଆସିଲା ଚିତ୍ରକୋଣ୍ଡାରେ କେବେ ଆହାର କେନ୍ଦ୍ର ହେବ ବୋଲି ଚିତ୍ରକୋଣ୍ଡା ବିଧାୟକଙ୍କୁ ପଚାରିବାରୁ ସେଇ ସମାନ ଉତ୍ତର ଦେଲେ ଚିତ୍ରକୋଣ୍ଡାରେ ଆହାର କେନ୍ଦ୍ରର ଆବଶ୍ୟକତା ଅଛି ମୁ ବିଧାନସଭାରେ ଉଠାଇ ମୁଖ୍ୟମନ୍ତ୍ରୀଙ୍କୁ ଆହାର କେନ୍ଦ୍ର ପାଇଁ ପ୍ରସ୍ତାବ ରଖିବି ବୋଲି କହିଥିଲେ l ଦୁଃଖର ବିଷର ପାଞ୍ଚ ବର୍ଷ ସରିଯିବା ଉପରେ ବସିଲାଣି ଧିରେ ଧିରେ ପୁଣି ନିର୍ବାଚନ ଦିନ ପାଖେଇ ଆସିଲାଣି ମାତ୍ର ଚିତ୍ରକୋଣ୍ଡାରେ ଆହାର କେନ୍ଦ୍ରଟିଏ ହୋଇ ପାରିଲା ନାହିଁ l ପ୍ରକାଶ ଥାଉକି ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ଅଧୁଷିତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଅଠର ଗୋଟି ଦୁର୍ଗମ, ଉପାନ୍ତ ଓ ସ୍ୱାଭିମାନ ଅଞ୍ଚଳର ଗ୍ରାମ ପଞ୍ଚାୟତର ଜନସାଧାରଣ ମୁଖ୍ୟତଃ ସ୍ୱାସ୍ଥ୍ୟ ସେବା, ବ୍ଲକ ସେବା, ବ୍ୟାଙ୍କ ସେବା, ଥାନା ସେବା ଯାତାୟାତ ସେବା, ଡାକ ସେବା, ବ୍ୟବସାୟିକ ପେଣ୍ଠସ୍ଥଳୀ ସେବା, ପଶୁ ଚିକିତ୍ସାସେବା, ବଜାରୀକରଣ ସେବା,ଡାକସେବା ଏଇ ଭଳି ବହୁ ସେବା ପାଇଁ ଅଠର ଗୋଟି ପଞ୍ଚାୟତ ତଥା ପଡୋଶୀ ବାହାର ସ୍ଥାନର ଜନସାଧାରଣ ଚିତ୍ରକୋଣ୍ଡା ସଦର ଉପରେ ନିର୍ଭରଶୀଳ l ଚିତ୍ରକୋଣ୍ଡା ବ୍ଲକର ଅଠର ଗୋଟି ପଞ୍ଚାୟତର ଜନସାଧାରଣ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଦୈନିକ ଆସି ଚିକିତ୍ସା ସେବା ନେଉଥିବା ବେଳେ ଚିତ୍ରକୋଣ୍ଡା ବସଷ୍ଟାଣ୍ଡ ଉପରେ କଟକ, ଭୁବନେଶ୍ୱର, ବ୍ରହ୍ମପୁର ବିଶାଖାପାଟଣା ଏବଂ ବାହାର ସ୍ଥାନକୁ ଦୈନିକ ବହୁ ଜନସାଧାରଣ ଯାତାୟାତ ହେଉଥିବା ବେଳେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଅଠର ଗୋଟି ପଞ୍ଚାୟତର ବହୁ ଜନସାଧାରଣ ଦୈନିକ ଚିତ୍ରକୋଣ୍ଡା ଷ୍ଟେଟ ବ୍ୟାଙ୍କ ଓ ହେଚଡିଏଫସି ବ୍ୟାଙ୍କକୁ ଆସି ଟଙ୍କା ଦେଣନେଣ କରିଆସୁଅଛନ୍ତି l ଏଇଭଳି ଚିତ୍ରକୋଣ୍ଡା ମୁଖ୍ୟ ହେଡ଼କୁଆଟରକୁ ବିଭିନ୍ନ ସରକାରୀ ଓ ବେସରକାରି ସେବା ପାଇଁ ଚିତ୍ରକୋଣ୍ଡାର ଉପାନ୍ତ, ଦୁର୍ଗମ ଓ ସ୍ୱାଭିମାନ ଅଞ୍ଚଳର ବହୁ ଜନସାଧାରଣ ଚାଳିଶ, ପଚାଶ ଓ ଅସି କିଲୋମିଟର ଭଳି ବହୁ ଦୂର ଦୁରା ନ୍ତରୁ ଆସି ଦିନେ ଦୁଇଦିନ ରହି ମଧ୍ୟ କାମ ସାରି ଯା ଆସ କରି ଆସୁଛନ୍ତି l ଦୁଖଦଃ ପରିତାପର ବିଷୟ ଆବଶ୍ୟକତା ଥିଲେ ମଧ୍ୟ ଚିତ୍ରକୋଣ୍ଡାରେ ହୋଇପାରିନାହିଁ ଆହାର କେନ୍ଦ୍ର l ଅବିଳମ୍ବେ ସରକାର ତଥା ପ୍ରଶାସନ ଚିତ୍ରକୋଣ୍ଡା ଆବଶ୍ୟକତାକୁ ହୃଦୟଙ୍ଗମ କରି ଆହାର କେନ୍ଦ୍ର ଖୋଲିବାକୁ ଚିତ୍ରକୋଣ୍ଡା ଅଞ୍ଚଳବାସୀ ଦାବି କରିଛନ୍ତି l
Sign in
Sign in
Recover your password.
A password will be e-mailed to you.
Prev Post