ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଶିକ୍ଷାରେ ଅଧିକାଂଶ ପିଲାଙ୍କ ପାଇଁ ଗଣିତ ଏକ କଷ୍ଟକର ପାଠ । ଆଉ ଏହି ପାଠରେ କିଏ ଆଗୁଆ ? ପୁଅ ନା ଝିଅ ? ଏହାର ଉତରରେ ସମସ୍ତେ ଏକମତ ହେବେ ଗଣିତରେ ଝିଅଙ୍କ ତୁଳନାରେ ପୁଅ ଭଲ କରନ୍ତି । ଆପଣଙ୍କର ବି ଯଦି ଏଭଳି ଧାରଣା ରହିଛି ତେବେ ବଦଳାଇ ଦିଅନ୍ତୁ । କାରଣ ଏବେ ୟୁନିସେଫର ସଦ୍ୟ ପ୍ରକାଶିତ ରିପୋର୍ଟରୁ ଠିକ ଓଲଟା ତଥ୍ୟ ମିଳିଛି ।
ରିପୋର୍ଟରୁ ଜଣାପଡିଛି ଗଣିତରେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପ୍ରଦର୍ଶନ ଓ ସମସ୍ୟା ସମାଧାନ ଦକ୍ଷତା ଅଧିକ । ସର୍ବେକ୍ଷଣରେ ୮୩ ଦେଶର ପିଲାଙ୍କ ଗଣିତରେ ପ୍ରଦର୍ଶନକୁ ନେଇ ରିପୋର୍ଟ ପ୍ରକାଶିତ ହୋଇଛି । ଯେଉଁଥିରେ ୩୪ଟି ଦେଶରେ ପୁଅ ଗଣିତରେ ଆଗୁଆ ଥିଲା ବେଳେ ୩୮ଦେଶର ପୁଅଙ୍କ ଅପେକ୍ଷା ଝିଅଙ୍କ ପ୍ରଦର୍ଶନ ଗଣିତରେ ଭଲ । ମୋଟାମୋଟି କହିବାକୁ ଗଲେ ପୁଅଙ୍କ ତୁଳନାରେ ଝିଅମାନେ ଗଣିତରେ ଅଧିକ ନିପୁଣ ବୋଲି ୟୁନିସେଫର ରିପୋର୍ଟ କହୁଛି । ୟୁନିସେଫର ରିପୋର୍ଟ ଅନୁସାରେ:
ଏସିଆ ମହାଦେଶ : ଗଣିତରେ ଝିଅ ଆଗୁଆ
ଦେଶ ପୁଅ ଝିଅ
ସିଙ୍ଗାପୁର ୯୨% ୯୫%
ସାଉଥକୋରିଆ ୮୪ % ୮୬%
ଭିଏତନାମ ୭୯% ୮୩%
ଇଜ୍ରାଏଲ ୬୩% ୬୯%
ମାଲେସିଆ ୫୬% ୬୦%
ୟୁଏଇ ୪୫% ୪୮%
ଥାଇଲାଣ୍ଡ ୪୩% ୫୧%
ଲେବାନନ ୩୬% ୩୪%
ଇଣ୍ଡୋନେସିଆ ୨୬% ୩୦%
କୁଏତ ୨୦% ୧୬%
ସାଉଦି ଆରବ ୧୨% ୧୧%
କାମ୍ବୋଡିଆ ୧୧% ୦୯%
ବି.ଦ୍ର– ଏସିଆ ମହାଦେଶର ୧୯ ଦେଶ ମଧ୍ୟରୁ କେବଳ କୁଏତ, ଲେବାନନ, କାମ୍ବୋଡିଆ ଓ ସାଉଦି ଆରବରେ ପୁଅଙ୍କ ତୁଳନାରେ ଝିଅଙ୍କ ପ୍ରଦର୍ଶନ ଗଣିତରେ ଦୁର୍ବଳ । ତେବେ ୟୁନିସେଫ ରିପୋର୍ଟରେ ଭାରତ, ଚୀନ ସମେତ ଦ କ୍ଷିଣ ଏସିଆର ଗୋଟିଏ ବି ରାଷ୍ଟ୍ରର ତଥ୍ୟ ନାହିଁ ।
ୟୁରୋପ, ଆମେରିକା : ଗଣିତରେ କିଏ ନିପୁଣ ?
ଦେଶ ପୁଅ ଝିଅ
କାନାଡା ୮୪% ୮୪%
ଫିନଲାଣ୍ଡ୍ ୮୩% ୮୭%
ବ୍ରିଟେନ୍ ୮୨% ୮୦%
ବେଲଜିୟମ୍ ୮୨% ୭୯%
ସ୍ୱିଡେନ୍ ୮୧% ୮୨%
ଜର୍ମାନୀ ୭୯% ୭୯%
ଫ୍ରାନ୍ସ୍ ୭୯% ୭୯%
ନ୍ୟୁଜିଲାଣ୍ଡ୍ ୭୯% ୭୮%
ଋଷିଆ ୭୮% ୭୮%
ଅଷ୍ଟ୍ରେଲିଆ ୭୮% ୭୭%
ପର୍ତ୍ତୁଗାଲ ୭୭% ୭୭%
ଆମେରିକା ୭୪% ୭୨%
ଇଟାଲି ୬୪% ୬୧%
ବି.ଦ୍ର– ୟୁରୋପ ଓ ଆମେରିକୀୟ ମହାଦେଶରେ ଗଣିତରେ ଭଲ ଦଖଲ ନେଇ ଉଭୟ ପୁଅ ଓ ଝିଅଙ୍କ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଛି । କେଉଁଠି ପୁଅ ଆଗରେ ଅଛି ତ କେଉଁଠି ପୁଅଙ୍କୁ ଟପି ଯାଇଛନ୍ତି ଝିଅ । ଏପରିକି ଦୁଇରୁ ଅଧିକ ରାଷ୍ଟ୍ରରେ ପୁଅ ଓ ଝିଅଙ୍କ ପ୍ରଦର୍ଶନ ଗଣିତରେ ପାଖାପାଖି ସମାନ ରହଛି ।
ଆଫ୍ରିକା ମହାଦେଶ: ଗଣିତରେ ପୁଅ-ଝିଅ ଦୁର୍ବଳ !
ଦେଶ ପୁଅ ଝିଅ
ଉଗାଣ୍ଡା ୪୯% ୩୪%
ଟ୍ୟୁନିସିଆ ୨୭% ୨୪%
ଇଜିପ୍ଟ ୨୦% ୨୩%
ଅଲଜେରିଆ ୧୮% ୨୧%
ମରକ୍କୋ ୧୪% ୧୫%
ସେନେଗାଲ ୦୮% ୦୭%
ଜାମ୍ବିଆ ୦୨% ୦୩%
ବି.ଦ୍ର– ଆଫ୍ରିକା ମହାଦେଶର ୬ଟି ରାଷ୍ଟ୍ରରେ ଉଭୟ ପୁଅ ଝିଅଙ୍କ ଗଣିତରେ ନିପୁଣତା ନଗଣ୍ୟ । କେବଳ ଉଗାଣ୍ଡାରେ ପୁଅ ଏବଂ ଝିଅଙ୍କ ମଧ୍ୟରେ ଗଣିତରେ ପ୍ରଦର୍ଶନକୁ ନେଇ ତୁଳନା କରାଯାଇପାରେ ।
ଲାଟିନ ଆମେରିକା : ଗଣିତରେ ପୁଅ ଆଗୁଆ
ଦେଶ ପୁଅ ଝିଅ
ଉରୁଗୁଏ ୫୧% ୪୮%
ମେକ୍ସିକୋ ୨୭% ୨୪%
କଲୋମ୍ବିଆ ୪୦% ୩୦%
ଆର୍ଜେଣ୍ଟିନା ୩୫% ୨୭%
ବ୍ରାଜିଲ ୩୪% ୩୦%
ଚିଲ୍ଲି ୩୨% ୨୪%
ବି.ଦ୍ର- ଲାଟିନ ଆମେରିକାରେ ଗଣିତ ବୁଝିବା ସମସ୍ୟା ସମାଧାନ କ୍ଷେତ୍ରରେ ପୁଅ ଆଗୁଆ ଥିଲା ବେଳେ ଝିଅ ପଛରେ ପଡିଥିବା ୟୁନିସେଫ ରିପୋର୍ଟରେ ପ୍ରକାଶିତ ହୋଇଛି ।