ସିଭି ରମଣ ବିଶ୍ୱବିଦ୍ୟାଳୟରେ ଜି-୨୦ ସମ୍ମିଳନୀ: ଉଦଘାଟନ ହେଲା ଆନାଲିଟିକାଲ୍ ରିସର୍ଚ୍ଚ ଲାବୋରୋଟୋରୀ

ଭୁବନେଶ୍ବର: ଭୁବନେଶ୍ବର ସିଭି ରମଣ ଗ୍ଲୋବାଲ ବିଶ୍ବ ବିଦ୍ୟାଳୟରେ ଜି-୨୦ କନକ୍ଲେଭ ଅନୁଷ୍ଠିତ ହୋଇଛି। ଦକ୍ଷତା ସିଭି ରମଣ ବିଶ୍ବବିଦ୍ୟାଳୟ ଢେଙ୍କାନାଳ ଏବଂ ବାଲେଶ୍ବର ଜିଲ୍ଲାରେ ଭାରତର ଜି-୨୦ ଇଣ୍ଡିଆ ପ୍ରେସିଡେନ୍ସି ସହ ମସହଭାଗିତାରେ କାର୍ଯକ୍ରମ ଆୟୋଜନ କରିଛି। ସିଜିୟୁ ଓ ଏହାର ଷ୍ଟାର୍ଟଅପ୍ ଇନକ୍ୟୁବେଟର AIC CVRCEF ଏବଂ ଆରଏଆରଏଲ (ଖାଦ୍ୟ ଏବଂ ଜଳ ପରୀକ୍ଷଣ ଲାବୋରେଟୋରୀ) ବ୍ୟାନର ସହିତ ମିଳିତ ଭାବରେ ‘ଖାଦ୍ୟପେୟ କ୍ଷେତ୍ରରେ କାର୍ଯ୍ୟର ଭବିଷ୍ୟତ ଓ ଆଶା’ ନେଇ ଏହି କନକ୍ଲେଭ ଶେଷ ହୋଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସିଇଓ, ନାବଲ ଏନ ଭେଙ୍କଟେଶ୍ୱରନ୍ ଯୋଗ ଦେଇଥିଲେ।। ଏହି ଅବସରରେ ଉପସ୍ଥିତ ଅତିଥିମାନେ ରାଜ୍ୟ ରଞ୍ଜିତା ଆନାଲିଟିକାଲ୍ ରିସର୍ଚ୍ଚ ଲାବୋରେଟୋରୀ (ଆରଏଆରଏଲ)ର ଉଦଘାଟନ କରିଥିଲେ। ଏହି ପରୀକ୍ଷାଗାରରେ ଅତ୍ୟାଧୁନିକ ମେସିନ ସହାୟତାରେ ଖାଦ୍ୟର ମାନ ପରିକ୍ଷା କରିବାକୁ ସମସ୍ତ ଉପକରଣ ରହିଛି। ରାଜ୍ୟ ଖାଦ୍ୟ ନିରାପତ୍ତା ଏବଂ ଷ୍ଟାର୍ଟଅପ୍ ଓଡିଶାର ଅଫିସିଆଲ୍ ସହ ଏନଏବିଏଲଏବଂ ଏଫଏସଏସଏଆଇର ଅଧିକାରୀମାନେ ଉଦ୍ଘାଟନୀ ବାର୍ତ୍ତାରେ ଖାଦ୍ୟପେୟର ଭବିଷ୍ୟତ ଓ କାର୍ଯ୍ୟ ବିଷୟରେ କହିଥିଲେ।

ଏହି ସମ୍ମିଳନୀରେ ରାଜ୍ୟ ବାହାରୁ ଆସିଥିବା ଖାଦ୍ୟ ଷ୍ଟାର୍ଟଅପମାନେ ଅଂଶଗ୍ରହଣ କରିଥଲେ। ଏହି କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓମକାର ରାୟ, ଖାଦ୍ୟ ନିରାପତ୍ତା କମିଶନର ପୋମା ଟୁଡୁ, ଏଫଏସଏସଏଆଇର ଆଞ୍ଚଳିକ ବିଭାଗ ସହକାରୀ ନିର୍ଦ୍ଦେଶକ ପାୟେଲ ମାଜି, ସିଜିୟୁ ଅଧ୍ୟକ୍ଷ ସଞ୍ଜିବ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.